ଭୁବନ ୦୮/୦୯/୨୦୨୧(ଓଡ଼ିଶା ସମାଚାର)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନ ଶାଖା ତରଫରୁ ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ନେଇ ସ୍ଥାନୀୟ ବିଜୁ ପଟ୍ଟନାୟକ କମ୍ପ୍ୟୁଟର ସେଂଟର ଠାରେ ବ୍ୟକ୍ତିତ୍ୱ ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନ ସମ୍ପାଦିକା ସାଗରିକା ସାହୁ ଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଠକରଗୋଳା ମହାବିଦ୍ୟାଳୟ ଅଧ୍ୟାପକ ଲଳିତ କୁମାର ବେହେରା ମୁଖ୍ୟ ଅତିଥି ,ଏବିଭିପି ର ପୂର୍ବତନ ରାଜ୍ୟ ସଭାପତି ତଥା ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମୟର ସଦୁପଯୋଗ,ଭାରତୀୟ ସଂସ୍କୃତି ଛାତ୍ରଛାତ୍ରୀ ମାନଙ୍କର ଲକ୍ଷ୍ୟ ଓ ଆଦର୍ଶରେ ସମାଜରେ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକାରିଣୀ ସଦସ୍ୟ କାହ୍ନା ସାହୁ,ଅଭିଷେକ ମିଶ୍ର,ଜ୍ୟୋତିର୍ମୟୀ ସାହୁ, ଟୁନାଲି ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ଓଡ଼ିଶା ସମାଚାର