Friday , September 22 2023
Breaking News
Home / ବିଶେଷ / ସରକାରୀ ଆବାସ ଯୋଜନାରେ ଘର ଖଣ୍ଡିଏକୁ ଅପେକ୍ଷା କରି ରୋଗଶଯ୍ୟାରେ ମନୋଜ ଜେନା – ସହାୟତା ପାଇଁ ଦାବି

ସରକାରୀ ଆବାସ ଯୋଜନାରେ ଘର ଖଣ୍ଡିଏକୁ ଅପେକ୍ଷା କରି ରୋଗଶଯ୍ୟାରେ ମନୋଜ ଜେନା – ସହାୟତା ପାଇଁ ଦାବି

ତାରପୁର, ୦୭/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ତଥା ରାଜ୍ୟ ସରକାର ଗ୍ରାମାଂଚଳରେ ବାସ କରୁଥିବା ଆର୍ଥିକ ଦୂର୍ବଳ ଶ୍ରେଣୀର ଲୋକଙ୍କୁ ଆବାସ ଯୋଜନାରେ ରହିବା ପାଇଁ ଘର ଯୋଗାଇ ଦେଉଥିବାବେଳେ କିଛି ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ସରକାରଙ୍କ ଯୋଜନାରୁ ବହୁ ଲୋକ ବଂଚିତ ହେଉଛନ୍ତି । ଏପରି ଦେଖିବାରୁ ମିଳିଛି ରଘୁନାଥପୁର ବ୍ଲକ୍ ଏରଡ଼ଙ୍ଗା ପଂଚାୟତ ୫ ନମ୍ବର ୱାର୍ଡ଼ ଗୋପାଳପୁର ରାଜସ୍ୱ ଗ୍ରାମର କାକୁଡ଼ିଆ ହରିଜନ ସାହିରେ । ଏହି ସାହିର ମନୋଜ ଜେନା (୫୦) ଦୀର୍ଘ ଦିନ ହେବ ସରକାରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ସରପଂଚ ଙ୍କ ଠାରୁ ବିଡ଼ିଓ ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା ହୋଇଛନ୍ତି । ହେଲେ ତାଙ୍କ ପକ୍ଷେ ଘର ଖଣ୍ଡେ ପାଇବା ସମ୍ଭବ ହେଉନାହିଁ । ଏପରି ଅବସ୍ଥାରେ ୩ ବର୍ଷ ହେଲା ସେ ରୋଗାକ୍ରାନ୍ତ ହୋଇ ଶଯ୍ୟାରେ ପଡ଼ି ରହିଛନ୍ତି । ଘରେ ପୁଅ ବୋହୁ ସ୍ତ୍ରୀ ଏକ ଭଙ୍ଗା ଘରେ ଜରି ପକାଇ ରହୁଥିବାବେଳେ ପୁଅ ଦିନ ମଜୁରୀଆ ଭାବେ କାର୍ଯ୍ୟ କରୁଛି । ଦୀର୍ଘ ଦିନ ହେବ ରୋଗ ଶଯ୍ୟାରେ ପଡ଼ିଥିଲେ ବି ଅର୍ଥ ଅଭାବରୁ ନିଜର ଔଷଧ ଖର୍ଚ ମଧ୍ୟ କରିପାରୁନାହାନ୍ତି । ସରକାରୀ ସହାୟତା କହିଲେ କେବଳ ରାସନ କାର୍ଡ଼ ଛଡ଼ା ଅନ୍ୟ କୌଣସି ସୁବିଧା ତାଙ୍କ ପାଖରେ ପହଂଚି ପାରିନାହିଁ । ବିଭିନ୍ନ ସମୟରେ ସରକାରୀ ଆବାସ ଯୋଜନାରେ ତାଙ୍କ ନାମ ଯୋଡ଼ା ଯାଇଥିଲେ ବି କୌଣସି ନା କୌଣସି କାରଣରୁ ତାଲିକାରୁ ତାଙ୍କ ନାମ କାଟି ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି କିମ୍ବା ପ୍ରଶାସନ ତାଙ୍କ ଔଷଧ ଖର୍ଚ ବହନ କରନ୍ତେ ତେବେ ସେ ଆରୋଗ୍ୟ ଲାଭ କରିପାରନ୍ତେ ବୋଲି ପ୍ରକାଶ କରିଛନ୍ତି । ଏପରିସ୍ଥଳେ ତାଙ୍କୁ ତୁରନ୍ତ ସରକାରୀ ଘର ଖଣ୍ଡେ ସହିତ କିଛି ଔଷଧ ଖର୍ଚ ଯୋଗାଇ ଦେବାକୁ ପୂର୍ବତନ ସମିତି ସଭ୍ୟ ଖୋକନ ରାୟ,ସମାଜଦେବୀ ବିଶ୍ୱଜିତ ଦାସ, ରଘୁନାଥପୁର ବିଡ଼ିଓ ଏବଂ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *