କିଶୋନନଗର, ୦୭/୦୯/୨୦୨୧ (ଓଡିଶା ସମାଚାର /ଅଭୟ ଜେନା ) – କଟକ ସଦର ଉପକଣ୍ଠ ବାରଦା ପଞ୍ଚାୟତର ବାରଦା ଗ୍ରାମ କବେଇ ସାହିରୁ ପରିଡା ସାହି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୂର୍ଗମ ଓ ବିପଦଜନକ ହୋଇ ପଡ଼ିଛି । ଏ ସମ୍ପର୍କ ରେ ବାରମ୍ବାର ସାଧାରଣ ରେ ଦାବି ହୋଇଆସୁଥିଲେ ସୁଦ୍ଧା କୌଣସି କାର୍ଯାନୁଷ୍ଠାନ ଏଯାବତ ନିଆଯାଇ ନାହିଁ । ସୂଚନାଯୋଗ୍ୟ ଏହି ରାସ୍ତା
କିଶୋନନଗର ମହାନଦୀ ବନ୍ଧ ବାରଦା ଚାଞ୍ଚପଡା ଭାୟା କନ୍ଦରପୁରକୁ ଯୋଡୁଅଛି । ଜନସାଧାରଣ ନାହିଁ ନଥିବା ଦୁର୍ଦଶା ର ସମ୍ମୁଖୀନ ହେଉଛନ୍ତି । କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଏନେଇ ବିଡ଼ିଓଙ୍କୁ ପତ୍ର ଲେଖି ଅବଗତ କରାଇବା ସହ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ ନହେଲେ ପରିଷଦ କାର୍ଯ୍ୟକର୍ତ୍ତା ବ୍ଲକ୍ ସମ୍ମୁଖରେ ଗଣ ଧାରଣାରେ ବସିବେ ବୋଲି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ଓଡିଶା ସମାଚାର