Friday , September 29 2023
Breaking News
Home / ବିଶେଷ / ରାଜଗାଙ୍ଗପୁର : ଦୁଇ ଦିନ ଧରି ଚାଲିଥିବା ସଫେଇ କର୍ମଚାରୀ ଓ ବଜାର ର ସମସ୍ୟା ସମାଧାନ

ରାଜଗାଙ୍ଗପୁର : ଦୁଇ ଦିନ ଧରି ଚାଲିଥିବା ସଫେଇ କର୍ମଚାରୀ ଓ ବଜାର ର ସମସ୍ୟା ସମାଧାନ

ରାଜଗାଙ୍ଗପୁର, ୦୭/୦୯/୨୦୨୧(ଓଡ଼ିଶା ସମାଚାର / ପ୍ରତାପ ଚନ୍ଦ୍ର ସାହୁ)- ରାଜଗାଙ୍ଗପୁର ପୌରପରିଷଦ ରେ ବିଗତ ଦୁଇଦିନ ଧରି ଚାଲିଥିବା ଅନେକ ସମସ୍ୟା ର ସମାଧାନ ହୋଇଛି । ପୌରପରିଷଦ ରେ ସାପ୍ତାହିକ ବଜାର ରେ ଅନେ÷ତିକ ଟ୍ୟାକ୍ସ, ଓ ପନିପରିବା ବିକାଳୀ ଙ୍କ ସମସ୍ୟା ଏବଂ ସଫେଇ କର୍ମଚାରୀ ମାନଙ୍କ ଅନେକ ସମସ୍ୟା ଉପୁଜିଥିଲା । ଆଜି ଅପରାହ୍ନ ରେ ପୂର୍ତ୍ତ ଡାକବଙ୍ଗଳା ରେ ଉକ୍ତ ସମସ୍ୟା ଗୁଡ଼ିକୁ ନେଇ ଏକ ବୈଠକ ହୋଇଥିଲା । ବୈଠକ ରେ ଅନେକ ସମସ୍ୟା ର ସମାଧାନ ହୋଇଛି ।
ଉକ୍ତ ବୈଠକ ରେ ଉପଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ରାଜଗାଙ୍ଗପୁର ତହସିଲଦାର ଶ୍ରୀ ଶରତ କୁମାର ବାଗ, ଏସଡ଼ିପିଓ ଡକ୍ଟର ଶଶାଙ୍କ ଶେଖର ବେହୁରା, ଆଇଆଇସି ଶ୍ରୀ ବିବତ୍ସ ପ୍ରଧାନ ଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ମାନ୍ୟ ଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ପୌରପରିଷଦ ର ସମସ୍ତ ସମସ୍ୟା ଉପରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଫେଇ କର୍ମଚାରୀ ଙ୍କ ପାଇଁ ଭଲ ଡ୍ରେସ ପଟା, ଆଇ କାର୍ଡ, ଜୋତା ଇତ୍ୟାଦି ସମସ୍ତ ସୁବିଧା ସୁଯୋଗ ଦେବାର ବ୍ୟବସ୍ଥା କରେଇବା ସହିତ ବଜାର ରେ ଉଚିତ୍ କର ନେବା ପାଇଁ ଲିଷ୍ଟ ତିଆରି କରି ଉଚିତ୍ ସାହାଯ୍ୟ ଯୋଗଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଓ ଆଗାମୀ ଦିନରେ କୌଣସି ଅସୁବିଧା ନ ହୁଏ ତାପାଇଁ ବିଶେଷ ଧ୍ୟାନ ଦେବାପାଇଁ ପ୍ରତିଶ୍ରୁତି ଦେବା ପରେ ସବୁ ସମସ୍ୟା ର ସମାଧାନ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *