ପାରାଦୀପ,୦୭/୦୯/୨୦୨୧(ଓଡ଼ିଶା ସମାଚାର)-ଭାରତୀୟ ପୋର୍ଟ ଆଣ୍ଡ ଡକ୍ ମଜଦୁଦର ମହାସଂଘ ର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ପାରାଦୀପ ଠାରେ ଶନିବାର ଓ ରବିବାର ଦୁଇ ଦିନ ଧରି ଆୟୋଜିତ ହୋଇଥିଲା । ଏହି ଦୁଇ ଦିନିଆ ବୈଠକ ରେ ସର୍ବଭାରତୀୟ ବୃହ ବନ୍ଦର ମାନଙ୍କରୁ ବିଭିନ୍ନ ୟୁନିଅନ୍ ର କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ । ଫେଡେରେସନ୍ ର ସଭାପତି ଭବାନୀ ଶଙ୍କରାଡୁ, ସାଧାରଣ ସଂପାଦକ ସୁରେଶ ପାଟିଲ , କେନ୍ଦ୍ରୀୟ ଉପସଭାପତି ଜଗଦୀଶ୍ୱର ରାଓ, ପୋର୍ଟ ପ୍ରଭାରୀ ଆନ୍ନାଜୀ ଧୂମାଲ, ଓଡିଶା ଶାଖା ଉପସଭାପତି ପୃଥିରାଜ ପାତ୍ର ପ୍ରମୁଖ ଯୋଗ ଦେଈ ଶ୍ରମିକଓ କର୍ମଚାରୀମାନଙ୍କ ମୌଳିକ ସମସ୍ୟା ସମ୍ପର୍କ ରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିତିକୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଭାରତୀୟ ବନ୍ଦର ମଜଦୁର ସଂଘ (ବିବିଏମଏସ) ପାରାଦୀପ ଶାଖା ଦ୍ୱାରା ଆୟୋଜିତ କରାଯାଇଥିବା ବେଳେ ଏଥିରେ ସଭାପତି ରାକେଶ କୁମାର ପଟ୍ଟନାୟକ, ସାଧାରଣ ସଂପାଦକ ଶ୍ରୀକାନ୍ତ ରାୟ, ସଂଗଠନ ସଂପାଦକ ଭବେନ୍ଦ୍ର ଦାଶ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର