ପାରାଦୀପ , ୦୭/୦୯/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ବୃନ୍ଦାବନ କଲୋନୀ ର ବିର୍ସାମୁଣ୍ଡା ସ୍କୁଲ ର ପରିଚାଳନାଗତ ତୃଟି କୁ ନେଇ ସ୍କୁଲ ର ଶିକ୍ଷୟତ୍ରୀମାନେ ପାରାଦୀପ ଆଦର୍ଶ ଥାନା ରେ ପୂର୍ବତନ ପୌରପାଳ ତଥା ନବପ୍ରଭାତ ଶିଶୁବିଦ୍ୟାମନ୍ଦିର ର ପରିଚାଳନା କମିଟି ର ସଭାପତ ବସନ୍ତ ବିଶ୍ୱାଳଙ୍କ ବିରୁଦ୍ଧ ରେ ଅଭିଯୋଗ କରିଥିଲେ । ଏହି ଘଟଣା କୁ ନେଇ ବିଜେପି ପାରଦୀପ ଶାଖା ପକ୍ଷରୁ ବସନ୍ତ ବିଶ୍ୱାଳ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ଦାବି ସହିତ ଙ୍କ ର କୁଶପୁତଳିକା ଦାହ କରାଯାଇଥିଲା । ଏହା ପରେ ଏହି ଶିକ୍ଷୟତ୍ରୀମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ଫେରାଦ ହୋଇଥିଲେ । ବିର୍ସାମୁଣ୍ଡା ସ୍ମାରକ ନବ ପ୍ରବାତ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି, ଅଭିଭାବକମାନେ ସ୍କୁଲ ପରିସର ରେ ଏକ ପ୍ରତିବାଦ ସଭା କରିଥିଲେ । ଏହା ପରେ ଶନିବାର ଦିନ ବିର୍ସାମୁଣ୍ଡା ସ୍କୁଲ ର ଶିକ୍ଷୟତ୍ରୀମାନେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀ ରେ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ତଥା ଅନ୍ୟ ଶିକ୍ଷୟତ୍ରୀମାନଙ୍କ ସହିତ ବିଜେପି ର ମହିଳାନେତ୍ରୀ ଯୋଗ ଦେଇ ଥିଲେ । ସାମ୍ବାଦିକ ମାନଙ୍କର ସ୍କୁଲ ସମ୍ବନ୍ଧିୟ ପ୍ରଶ୍ନ ଗୁଡିକ ର ଉତର ଦେଇ ନପାରି ହଟହଟା ହୋଇଥିଲେ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ତଥା ଅନ୍ୟ ଶିକ୍ଷୟତ୍ରୀମାନେ । ଉପସ୍ଥିତ ସାମ୍ବାଦିକମାନେ ସ୍କୁଲ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ପଚାରିଥିଲେ । କୌଣସି ସନ୍ତୋଷଜନକ ଉତର ଦେଇ ପାରିନଥିଲେ ଖୋଦ୍ ପ୍ରଧାନ ଶିକ୍ଷୟତ୍ରୀ କହୁଥିବା ପୁଷ୍ପିତା ବାରିକ । ଆମ ପାଖ ରେ ସବୁ ପ୍ରମାଣ ଅଛି ଅଛି କହି ଏଡାଇ ଯାଇଥିଲେ । ଶିକ୍ଷାନୁଷ୍ଟାନ ଭଳି ପବିତ୍ର ସ୍ଥାନ ରେ ରାଜନୈତିକ ହସ୍ତକ୍ଷେପ କୁ ସାଧାରଣ ରେ ଦୃଢ ନିନ୍ଦା କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ର ଭବିଷ୍ୟତ ଅନ୍ଧକାର ଆଡକୁ ନଯାଉ ବୋଲି ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି । ଓଡ଼ିଶା ସମାଚାର