Tuesday , December 6 2022
Home / ବିଶେଷ / ପୂଜା କଟକଣାକୁ ପରିବର୍ତ୍ତନ କରିଵାକୁ କଟକିଆଙ୍କ ଦାଵି ଯୋର ଧରିଛି,୧୩ ରେ କଟକ ଵନ୍ଦ

ପୂଜା କଟକଣାକୁ ପରିବର୍ତ୍ତନ କରିଵାକୁ କଟକିଆଙ୍କ ଦାଵି ଯୋର ଧରିଛି,୧୩ ରେ କଟକ ଵନ୍ଦ

କଟକ ସଦର, ୦୭/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଗଣେଶ ପୂଜା ଠାରୁ କାର୍ତ୍ତିକେୟ ପୂଜା ପର୍ୟ୍ୟନ୍ତ ପୂଜାକୁ କଟକଣରେ କରିଵାକୁ ଗାଇଡଲାଇନ ଯାରି କରାଯାଇଥିଵା ଵେଳେ ଏହାକୁ ପରିବର୍ତ୍ତନ ପାଇଁ କଟକଵାସୀଙ୍କ ପ୍ରତିଵାଦ ଯୋର ଧରିଛି।କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବାରୁ ଵିଭାଘର, ଶୁଦ୍ଧଘର, ରାଜନୈତିକ ସମାବେଶ ଉପରେ କଟକଣା କୋହଳ କରାଯାଇଥିଵା ଵେଳେ ମୂର୍ତ୍ତିର ଉଚ୍ଚତା, ସାଜସଜ୍ଜା,ମାଇକ୍, ମେଲୋଡି,ସାଧାରଣ ଦର୍ଶନ ଉପରେ କଟକଣ ବଳବତ୍ତର ରହିଛି।ଏହାକୁ ହଟାଇବାକୁ କଟକିଆଙ୍କ ପକ୍ଷରୁ ୭ ଦିନ ହେଲା ପ୍ରତିକ ଆନ୍ଦୋଳନ ଚାଲିଥିଵା ଵେଳେ ଵର୍ଷାରେ ମଧ୍ୟ ଭିଜି ଭିଜି ଅଭିନଵ ଉପାୟରେ ଆନ୍ଦୋଳନ ଚାଲୁ ରହିଥିବା ଜଣାପଡିଛି। ଏଥିପାଇଁ ଆସନ୍ତା ୧୩ ତାରିଖରେ କଟକ ଵନ୍ଦ ପାଇଁ ନଗର ବିଜେପି ପକ୍ଷରୁ ଡାକରା ଦିଆଯାଇଛି।ଏହି ପ୍ରତିଵାଦ ଏଵେ ଭୁବନେଶ୍ୱର ମୁଁହା ହୋଇଥିଵା ମଧ୍ୟ ଜଣାପଡିଛି।ଜନମତକୁ ସମ୍ମାନ ଜଣାଇ କଟକଣାରେ ପରିବର୍ତ୍ତନ ଆଣିବାକୁ ସରକାରଙ୍କ ଠାରେ ସଵୁ ମହଲରୁ ଦାଵି ହେଉଛି। ଓଡ଼ିଶା ସମାଚାର

Leave a Reply

Your email address will not be published.