Monday , December 6 2021
Breaking News
Home / ବିଶେଷ / ଦିନ ଦ୍ୱିପ୍ରହର ରେ ଗାଁ ଭିତରେ ପଶି ଲୁଟ୍ ଉଦ୍ୟମ-ଜଣେ ଆହତ, ଅଭିଯୁକ୍ତ ଫେରାର

ଦିନ ଦ୍ୱିପ୍ରହର ରେ ଗାଁ ଭିତରେ ପଶି ଲୁଟ୍ ଉଦ୍ୟମ-ଜଣେ ଆହତ, ଅଭିଯୁକ୍ତ ଫେରାର

ପାରାଦୀପ , ୦୭/୦୯/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ନିକଟସ୍ଥତ ଲକ୍ ଥାନା ଅନ୍ତର୍ଗତ ଫୁଲବେଲାରୀ ଗ୍ରାମରେ ଦିନ ଦ୍ୱିପ୍ରହର ରେ ଦୁଇଟି ମୋଟର ସାଇକେଲରେ ୫ଜଣ ଦୁର୍ବୃତ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ଗ୍ରାମ ର ଜଣେ ଶିକ୍ଷକଙ୍କ ଘର ଭିତରେ ପଶି ଥିଲେ । ଘରେ ଥିବା ଶିକ୍ଷକ ଓମ୍ ପ୍ରକାଶ ଦାସ ଓ ତାଙ୍କ ମାଆ ଶାନ୍ତିଲତା ଦାସଙ୍କୁ ତିନି ଜଣ ଦୁର୍ବୃତ ମାରଣାସ୍ତ୍ର ଦେଖାଇ ଭୟ ର ବାତାବରଣ ସୃଷ୍ଟି କରିବା ସହ ଘରୁ ଲୁଟ କରିବା ପଇଁ ଉଦ୍ୟମ କରିଥିଲେ । ଦୁର୍ବୃତ ମାନେ ଓମ୍ ପ୍ରକାଶଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କ ଠାରୁ ଖସି ଘର ବାହାରକୁ ବାହାରି ଅସିବା ସମୟରେ ଦୁର୍ବୃତ ମାନେ ଓମ୍ ପ୍ରକାଶଙ୍କ ମୁଣ୍ଡକୁ ମାରଣାସ୍ତ୍ରରେ ଆଘାତ କରିବା ସମୟରେ ସେ ପ୍ରାଣ ବିକଳରେ ଚିତ୍କାର କରିଥିଲେ । ତେବେ ଧରା ପଡିଯିବା ଭୟରେ ରାସ୍ତା ଉପରେ ଦୁଇଟି ମୋଟର ସାଇକେଲରେ ବସିଥିବା ଅନ୍ୟ ଦୁଇ ଜଣଙ୍କ ସହ ପାଂଚଜଣ ଦୁର୍ବୃତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଓମ୍ ପ୍ରକାଶଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଦୁଇଟି ଷ୍ଟିଜ୍ ହୋଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ଲକ୍ ଥାନା ପୋଲିସ୍ ପହଁଚି ତଦନ୍ତ ଚଳାଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ଘଟଣାକୁ ନେଇ ପୋଲିସର ପ୍ୟାଟ୍ରୋଲିଙ୍ଗ୍ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣା ପରେ ସମଗ୍ର ଗାଁ ରେ ଭୟ ର ବାତାବରଣ ଖେଳି ଯାଇଛି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *