Wednesday , December 8 2021
Home / ବିଶେଷ / ଚୌଦ୍ୱ।ର – କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ଵିଶ୍ୱ।ଳଙ୍କ ଭାଇ ଆରତ ରଞ୍ଜନ ଵିଶ୍ୱ।ଳ ଵିଜେପି ମୁହାଁ!

ଚୌଦ୍ୱ।ର – କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ଵିଶ୍ୱ।ଳଙ୍କ ଭାଇ ଆରତ ରଞ୍ଜନ ଵିଶ୍ୱ।ଳ ଵିଜେପି ମୁହାଁ!

କଟକ ସଦର, ୦୭/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଦିନ ଥିଲା କଟକ ସଦର ଓ ପରେ ଚୌଦ୍ୱ।ର- କଟକ
ନିର୍ବାଚନମଣ୍ଡଳରୀ ରେ ସଂଗଠନ ତିଆରି କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପୂର୍ଵତନ ବିଧାୟକ ପ୍ରଭାତ ରଞ୍ଜନ ଵିଶ୍ୱ।ଳଙ୍କ ସାନ ଭାଇ ତଥା ବିଧାୟକ ସୌଭିକ୍ ଵିଶ୍ୱ।ଳ ଙ୍କ ଦାଦା ଵେଙ୍ଗଲା ଓରଫ ଆରତ ରଞ୍ଜନ ଵିଶ୍ୱ।ଳ ଏଵେ ଅଖୋଜା ଅଲୋଡା ହୋଇଯାଇଛନ୍ତି। ସିଏ ନିଜେ କୋଣ ଠେସା ହୋଇଛନ୍ତି ନା ତାଙ୍କୁ କୋଣଠେସା କରାଯାଇଛି ତାକୁ ନେଇ ନାନା କଥା ଶୁଣାଯାଉଛି। ପ୍ରକାଶ ଯେ କଟକ ଜିଲ୍ଲା ସାମାଜିକ ସଂଗଠନ ମାଧ୍ୟମରେ କଟକ ସଦରରେ ଆଖିଦୃଶିଆ ସଂଗଠନ ତିଆରି କରି ଭାଇ ପ୍ରଭାତ ବିଶ୍ଵାଳଙ୍କୁ ସ୍ୱ।ଧିନ ଭାଵେ ବିଧାୟକ କରିଵାରେ ପ୍ରମୁଖ ଭୂମିକା ସହିତ ଭାଉଜ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ ଙ୍କୁ କଟକ ଜିଲ୍ଲାପରିଷଦ ଅଧ୍ୟକ୍ଷ। କରିଵାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ଆରତରଞ୍ଜନ। କଟକ ସଦର ନିର୍ବାଚନମଣ୍ଡଳୀ ସଂରକ୍ଷିତ ହେଵାପରେ ନୂଆ ଚୌଦ୍ୱ।ର- କଟକ ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ପ୍ରଭାତଙ୍କୁ କଡା ଟକରରେ ଜିତାଇବାରେ ସକ୍ଷମ ହେଲେ। ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ପ୍ରଭାତ ଜେଲ ଜିଵା ପରେ ଭାଇଙ୍କ ସମସ୍ତ ଦାୟିତ୍ବ ଛାୟା ବିଧାୟକ ଭାଵେ ନିର୍ଵାହ କଲେ ଵେଙ୍ଗଲା। ତାଙ୍କର କାର୍ୟ୍ୟ ଦକ୍ଷତାକୁ ଦୃଷ୍ଟିରେ ଵିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆରତ ରଞ୍ଜନଙ୍କୁ ସାଂଗଠନିକ କଟକ ଜିଲ୍ଲାର ପଦପଦବୀରେ ରଖି ସ୍ୱତନ୍ତ୍ର ଭାଵେ ଚୌଦ୍ୱ।ର- କଟକ ନିର୍ବାଚନ ମଣ୍ଡଳୀର ଦାୟିତ୍ଵ ରେ ରଖିଥିଲେ। ଏହାପରେ ଗତ ସାଧାରଣ ନିର୍ବାଚନରେ ପୁତୁରା ସୌଭିକ୍ ଵିଶ୍ୱ।ଳଙ୍କୁ ବିଧାୟକ କରିଵାରେ ସକ୍ରିୟ ଭୂମିକା ନିର୍ବାହ କଲେ। ହେଲେ ଏମିତି କ’ଣ ହେଲା କେଜାଣି ଦିନ କେଇଟା ପରେ ସଵୁ ଯେମିତି ଓଲଟ ପାଲଟ ହୋଇଗଲା। ତାଙ୍କ ଠାରୁ ସଵୁ ପଦପଦବୀ କାଢି ନିଆଯାଇ କୋଣଠେସା କରିଦିଆଗଲା। ଏଵେ ଦୀର୍ଘ ଦିନର ନିରବତା ପରେ ସମର୍ଥକମାନଙ୍କ ଅନୁରୋଧ କ୍ରମେ ଵେଙ୍ଗଲା ଓରଫ ଆରତରଞ୍ଜନ ଵିଶ୍ୱ।ଳ ଵିଜେପିକୁ ଜିଵାକୁ ସଜଵାଜ ହୋଇ ସମୟକୁ ଅପେକ୍ଷା କରିଥିବା ତାଙ୍କ ନିକଟତମ ମହଲରୁ ଜଣାପଡିଛି। ସେହିପରି କଟକ ସଦର ଵିଧାୟକ ବାବୁନି ଓରଫ ଚନ୍ଦ୍ର ସାରଥି ଵେହେରାଙ୍କ ଵଡଵାପା ପୁଅ ଵଡ ଭାଇ କୁନା ଓରଫ ସୂର୍ୟ୍ୟ ସାରଥୀ ବେହେରା ଏକାପରି କୋଣଠେସା ହୋଇଥିଵା ଚର୍ଚ୍ଚା ହେଉଛି।ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *