Tuesday , December 6 2022
Home / ବିଶେଷ / ଖରସ୍ରୋତା ନଦୀ ଜଳ ସୁରକ୍ଷା ଦାବିରେ ବିଧାନସଭା ସମ୍ମୁଖରେ ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ପକ୍ଷରୁ ଗଣ ବିକ୍ଷୋଭ

ଖରସ୍ରୋତା ନଦୀ ଜଳ ସୁରକ୍ଷା ଦାବିରେ ବିଧାନସଭା ସମ୍ମୁଖରେ ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ପକ୍ଷରୁ ଗଣ ବିକ୍ଷୋଭ

 ଭୁବନେଶ୍ୱର,୦୭/୦୯/୨୦୨୧(ଓଡ଼ିଶା ସମାଚାର)- ଦୀର୍ଘ ଦିନ ଧରି ଆଳି ରାଜକନିକା ରେ ଖରସ୍ରୋତା ବଂଚାଅ ଆନ୍ଦୋଳନ ଚାଲୁ ରହିଥିବା ବେଳେ ଆଜି ଶତାଧିକ ଜନସାଧାରଣ ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ଆହ୍ୱାନରେ ବିଧାନସଭା ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଛି। ବିକ୍ଷୋଭ ସ୍ଥଳ ପ୍ରତିବାଦ ସଭାରେ ଦଳ ମତ ନିର୍ବିଶେଷରେ ବହୁ ରାଜନୈତିକ ନେତୃବର୍ଗ ଓ ସାମାଜିକ କର୍ମୀ ଆନ୍ଦୋଳନକୁ ସମର୍ଥନ ଜଣାଇ ବକ୍ତବ୍ୟ ରଖିଥିଲେ। ଖରସ୍ରୋତା ବଂଚାଅ ସଂଗ୍ରାମ ସମିତିର ସଭାପତି ଦୁର୍ୟ୍ୟୋଧନ ମହାନ୍ତିଙ୍କ ପରିଚାଳନାରେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଦେବେନ୍ଦ୍ର ଶର୍ମା, ଗଣେଶ୍ୱର ବେହେରା,ପଞ୍ଚାନନ କାନୁନଗୋ, ଅଂଶୁମାନ ମହାନ୍ତି,ରାଧାକାନ୍ତ ସେଠୀ,ବିଧାୟକ ମହମ୍ମଦ ମୋକିମ, ସମାଜସେବୀପ୍ରଫୁଲ୍ଲ ସାମନ୍ତରାୟ, ଖଗେଶ୍ୱର ସେଠୀ, ଅଭୟ ସାହୁ ପ୍ରମୁଖ ବକ୍ତାମାନେ କହିଥିଲେ ନଦୀ ଗଡିକରୁ ବିଭିନ୍ନ କମ୍ପାନୀକୁ ନଦୀ ଜଳ ଟେକି ଦେବା ଫଳରେ ନଦୀ ଗୁଡିକ ସୁଖିଲା ପଡିଛି।ଖରସ୍ରୋତାରୁ ଉପର ମୁଣ୍ଡରୁ ବିଭିନ୍ନ କମ୍ପାନୀ ପାଣି ନେବା ଫଳରେ ଆଜି ଜଳସ୍ତର ବହୁ ପରିମାଣରେ କମିବା ଯୋଗୁ ଖରସ୍ରୋତା ବହୁ ପରିମାଣରେ ଶୁଖି ଯାଇଛି।ଯାହା ଫଳରେ ଖରସ୍ରୋତା ଅବବାହିକାରେ ଚାଷୀ ହାହାକାର କରୁଛନ୍ତି। ଭୁତଳ ଜଳସ୍ତର ବହୁ ପରିମାଣରେ କମିବା ଯୋଗୁ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହେଉଛି। ଏହି ଭଳି ସ୍ଥଳେ ସରକାର ନଦୀ ଅବବାହିକା ଅଞ୍ଚଳ ଜନସାଧାରଣଙ୍କ ସମସ୍ୟାକୁ ଦ୍ରୁଷ୍ଟିରେ ରଖି ବିହିତ ପଦକ୍ଷେପ ନେବା ପର୍ୟ୍ୟନ୍ତ ପ୍ରୋଜେକ୍ଟ କାମ ବନ୍ଦ ରଖିବାକୁ ଦାବି କରାଯାଇଛି। ସଂଗ୍ରାମ ସମିତିର ସଂପାଦକ ବିଧାନ ଦାସ, କର୍ମକର୍ତ୍ତା ଶରତ ରାଉତ,ଗୋଲେଖ ଚନ୍ଦ୍ର ବିଶ୍ୱାଳ,ହଳଧର ମଲ୍ଲିକ, ସବିତା ବରଜ,ବିଭୁତି ନାୟକ,ରାମଚନ୍ଦ୍ର ରାଉତ,ହୃଷିକେଶ ଜେନା, ଅମିତ କୁମାର ନାୟକ, ଭଗବାନ ବିନୋଦ, ନିମାଇଁ ରାଉତ, କିଶୋର ଚନ୍ଦ୍ର ବେହେରା, ରମାକାନ୍ତ ନାୟକ, ମାଧବାନନ୍ଦ ବାରିକ ଶୈଳେନ୍ଦ୍ର ପାତ୍ର, ହେମନ୍ତ ପାତ୍ର, ବାବାଜୀ ନାୟକ, ଶରତ ମହାନ୍ତି, ପ୍ରଦିପ ପଣ୍ଡା, ଏଲିନା ସାମନ୍ତରାୟ ପ୍ରମୁଖ ବିକ୍ଷୋଭ ନେତୃତ୍ବ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.