Tuesday , December 6 2022
Home / ବିଶେଷ / କାମେଶ୍ୱର ମହାଦେବ ପୀଠରେ ସଫେଇ

କାମେଶ୍ୱର ମହାଦେବ ପୀଠରେ ସଫେଇ

ଗରଦପୁର, ୦୭/୦୯/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତିକନପୁର ପଂଚାୟତସ୍ଥିତ ରସିଲାବାଦ (ଜିରାଳ) ସ୍ଥିତ ପର୍ଯ୍ୟଟନସ୍ଥଳି ଶ୍ରୀ ଶ୍ରୀ କାମେଶ୍ୱର ମହାଦେବ ଙ୍କ ପୀଠ ପରିସରକୁ ସଫେଇ କରାଯାଇଛି । କଟକସ୍ଥିତ ନ୍ୟୁଲାଇଫ୍ ସୋସିଆଲ ୱାର୍କ ର ସେବକମାନେ ମନ୍ଦିର ଚତୁପାଶ୍ୱର୍ ସଫେଇ କରିବା ସହିତ ମନ୍ଦିର ପରିସରରେ ବ୍ଲିଚିଙ୍ଗ ପକାଇ ବିଶୋଧନ କରିଥିଲେ । ସଂଗଠନର ସମ୍ପାଦକ ଅମିୟ ରଂଜନ ନାଥ, କେନ୍ଦ୍ରାପଡ଼ା ସଂଯୋଜକ ଯଯାତି କେଶରୀ ନାୟକ,ଅକ୍ଷୟ କୁମାର ମାହାଳୀ,ବନମାଳୀ ମଲିକ ପ୍ରମୁଖ ସଫେଇ କାର୍ଯ୍ୟ କରିଥିଲେ । ମନ୍ଦିର ଟ୍ରଷ୍ଟ ସଭାପତି ରମେଶ ଚନ୍ଦ୍ର ବେହେରା,ରମାକାନ୍ତ ମାହାଳୀ,ସୁବୋଧ ସ୍ୱାଇଁ,ବିଜୟ କୁମାର ମାହାଳୀ,ପ୍ରକାଶ ଚନ୍ଦ୍ର ମୁଦୁଲୀ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.