Tuesday , September 28 2021
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / କାମେଶ୍ୱର ପର୍ଯ୍ୟଟନସ୍ଥଳୀ ଅବହେଳିତ – ଜିଲାପାଳଙ୍କୁ ଭେଟିଲେ ପରିଚାଳନା ଟ୍ରଷ୍ଟ

କାମେଶ୍ୱର ପର୍ଯ୍ୟଟନସ୍ଥଳୀ ଅବହେଳିତ – ଜିଲାପାଳଙ୍କୁ ଭେଟିଲେ ପରିଚାଳନା ଟ୍ରଷ୍ଟ

ଗରଦପୁର, ୦୭/୦୯/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ଜିରାଳଠାରେ ଥିବା ଶ୍ରୀ ଶ୍ରୀ କାମେଶ୍ୱର ମହାଦେବଙ୍କ ପୀଠ ଖୁବ ଅବହେଳିତ ଓ ଉପେକ୍ଷିତ । ଦୀର୍ଘ ବର୍ଷ ହେବ ଏହି ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଏହି ପୀଠର ଉନ୍ନତିକରଣ ପାଇଁ ଆଜି ସୁଦ୍ଧା ଟଙ୍କାଟିଏ ମିଳିନାହିଁ । ପୀଠର ଉନ୍ନତିକରଣ ପାଇଁ ଜିଲାପାଳଙ୍କୁ ଗୁହାରୀ କରାଯାଇଛି । ଶ୍ରୀ ଶ୍ରୀ କାମେଶ୍ୱର ମହାଦେବ ସେବା ପରିଚାଳନା ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟମାନେ କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବା ସହିତ ପର୍ଯ୍ୟଟନ ପୀଠର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଉଲେଖନୀୟ ଏହିକି ପବିତ୍ର ଚିତ୍ରୋତ୍ପଳା ନଦୀ ତଟରେ କାମେଶ୍ୱର ଶୈବ ପୀଠ ସର୍ବ ପୁରାତନ । ଏହି ପୀଠକୁ ଗତ ୬ ବର୍ଷ ହେଲା ସରକାରଙ୍କ ତରଫରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି ଆର୍ଥିକ ଅନୁଦାନ ପ୍ରଦାନ କରାଯାଇନାହିଁ । ଏଠାରେ ବହୁ ଦୂର ଦୂରାନ୍ତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବିଭିନ୍ନ ପାର୍ବଣ ତିଥିରେ ସମାଗମ ହୋଇ ଶ୍ରାବଣୀ ଜଳାଭିଷେକ , ଶିବରାତ୍ରୀ,ଶିତଳ ଷଷ୍ଠି, ଯାତ୍ରା ଓ ଜାଗର ମେଳା ଆଦି ରେ ଅଂଶ ଗ୍ରହଣ କରିଥାନ୍ତି । ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ଅଧିକନ୍ତୁ ପୀଠକୁ ସଂଯୋଗ କରୁଥିବା ଜିରାଳ ଗ୍ରାମ ରାସ୍ତା ସଙ୍କୁଚିତ ହୋଇଥିବାରୁ ୪ ଚକିଆ ଯାନ ଯାଆସ ରେ ସମସ୍ୟା , ପୀଠରେ ପାର୍କିଂ ସମସ୍ୟା, ଉଜ୍ୱଳ ଆଲୋକୀକରଣ , ପାନୀୟ ଜଳ ଯୋଗାଣ ସହିତ ରାତ୍ରି ରହଣୀ ପାଇଁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ପ୍ରତ୍ୟେକ ସୋମବାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥାଏ । ୧୨ ମାସରେ ୧୩ ପର୍ବ ଭଳି ଏ ଅଂଚଳ ତଥା ଜିଲାରେ ଏହି ପୀଠର ଗାରିମା ରହିଛି । ଜନସାଧାରଣଙ୍କ ସହଯୋଗରେ ମହାଦେବ ମନ୍ଦିର ପୂନର୍ବିନ୍ୟାସ ,ମା ପାର୍ବତୀଙ୍କ ମନ୍ଦିର ନିର୍ମାଣ , ମନ୍ଦିର ଚତୁପାଶ୍ୱର୍ ଢ଼ଳେଇକରଣ , ମାର୍ବଲ ଚଟାଣ, ବିବାହ ଉତ୍ସବ ପାଇଁ ଏକ ପକା ଗୃହ, ରୋଷ ଗୃହ ଆଦି କାର୍ଯ୍ୟ କରାଯାଇ ପାରିଛି । ହେଲେ ଶ୍ରଦ୍ଧାଳୁଙ୍କ ପାଇଁ ନିର୍ମାଣାଧିନ ରୋଷେଇ ଘର ଏବଂ ଏକ ୨ ମହଲା କୋଠା ଘର ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି । ବିଶେଷ କରି ଉକ୍ତ ପୀଠ ଏକ ଗହୀର ମଝିରେ ହୋଇଥିବାରୁ ବର୍ଷାଦିନେ ଏହି ପୀଠର ଚତୁପାଶ୍ୱର୍ରେ ପାଣି ଜମି ରହେ । ଏହି ପୀଠକୁ ଯିବାପାଇଁ ଜିରାଳ ଗ୍ରାମ ଭିତର ଦେଇ ଏକ ରାସ୍ତା ରହିଥିବାବେଳେ ତିକନପୁର ପଟରୁ ଅନ୍ୟ ଏକ ରାସ୍ତା ରହିଛି । ତିକନପୁର ପଟରୁ କାମେଶ୍ୱର ପୀଠକୁ ଥିବା ଏହି ବିଲ ରାସ୍ତା ଅଣ ଓସାରିଆ । ଏହି ରାସ୍ତା ଆଜି ସୁଦ୍ଧା ମାଟି ରାସ୍ତା ହୋଇ ପଡ଼ିଛି । ଢ଼ଳେଇ କିମ୍ବା ପିଚୁ ହୋଇନାହିଁ । ଏହି ରାସ୍ତା ଦେଇ ଶ୍ରଦ୍ଧାକୁମାନେ ପୀଠକୁ ଆସିବାରେ ହଇରାଣ ହରକତ ହୋଇଥାନ୍ତି । ପର୍ଯ୍ୟଟନସ୍ଥଳୀକୁ ପରିଦର୍ଶନରେ ଆସି ଜିଲାପାଳ ଶ୍ରୀ ଋତୁରାଜ ଅଗ୍ରାଧିକାର ଭିତିରେ ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ଟ୍ରଷ୍ଟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେହେରା, ମ୍ୟାନେଜିଂ ଟ୍ରଷ୍ଟି ଖଗେଶ୍ୱର ପରିଡ଼ା,ବିଜୟ କୁମାର ମାହାଳୀ, ରମାକାନ୍ତ ମାହାଳୀ, ଦେବେନ୍ଦ୍ର ମାହାଳୀ , ବିଭୁ ପ୍ରସାଦ ପରିଡ଼ା, ଦିଲିପ ନାୟକ, ସମିର ରଂଜନ ବିଶୋଇ , ଜ୍ଞାନ ରଂଜନ ମୁଦୁଲୀ ପ୍ରମୁଖ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *