Wednesday , December 8 2021
Home / ବିଶେଷ / ଶ୍ରୀ ଶ୍ରୀ ବଳଦେବଜୀଉ ବେଦ କର୍ମକାଣ୍ଡ ବିଦ୍ୟାଳୟ ପାଇଁ ପ୍ରସ୍ତୁତି ବୈଠକ

ଶ୍ରୀ ଶ୍ରୀ ବଳଦେବଜୀଉ ବେଦ କର୍ମକାଣ୍ଡ ବିଦ୍ୟାଳୟ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୦୬/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ଏକ ବେଦ କର୍ମକାଣ୍ଡ ବିଦ୍ୟାଳୟ ଖୋଲାଯିବା ପାଇଁ ଇଛାପୁରସ୍ଥିତ ଦୋଳମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନନ୍ତ ଚରଣ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆବାହକ ଜ୍ଞାନରଞ୍ଜନ ଦାଶ କେନ୍ଦ୍ରାପଡାରେ  ବେଦ କର୍ମକାଣ୍ଡ ସମ୍ପର୍କରେ ଶିକ୍ଷାଦାନ ନିମନ୍ତେ ଏକ ବିଦ୍ୟାଳୟ ଖୋଲାଯିବା ଓ ସେହି ବିଦ୍ୟାଳୟର ନାମ ଶ୍ରୀ ଶ୍ରୀ ବଳଦେବଜୀଉ ବେଦ କର୍ମକାଣ୍ଡ ବିଦ୍ୟାଳୟ ରଖାଯିବାକୁ ପ୍ରସ୍ତାବ ଦେଇଥିଲେ । ବୈଠକରେ ଏସମ୍ପର୍କରେ ସବିଶେଷ ଆଲୋଚନା କରାଯିବା ପରେ ଏହି ବିଦ୍ୟାଳୟ ଖୋଳାଯିବାକୁ ସର୍ବସମ୍ମତି ନିଷ୍ପତିି ଗ୍ରହଣ କରାଯାଇଥିଲା । ବୈଠକରେ ମନ୍ମଥ କୁମାର ପତ୍ରୀ, ଅମରବର ବିଶ୍ୱାଳ, ରଞ୍ଜନ କୁମାର ସାହୁ, ନିରଞ୍ଜନ ପଣ୍ଡା, ରାଜକିଶୋର ପତ୍ରୀ, ନିରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରବର୍ତୀ ବୈଠକ ଆସନ୍ତା ୧୨ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା । ଶେଷରେ ରଣଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *