Tuesday , October 3 2023
Breaking News
Home / ବିଶେଷ / ରାଜଧାନୀ ରୁ ପୁଣି ବନ୍ଧୁକ ବେପାରୀ ଗିରଫ- ବନ୍ଧୁକ ଓ ଗୁଳି ଜବତ

ରାଜଧାନୀ ରୁ ପୁଣି ବନ୍ଧୁକ ବେପାରୀ ଗିରଫ- ବନ୍ଧୁକ ଓ ଗୁଳି ଜବତ

ଭୁବନେଶ୍ୱର,୦୬/୦୯/୨୦୨୧(ଓଡ଼ିଶା ସମାଚାର)- ରବିବାର ରାଜଧାନୀ ଉପକଂଠ ଭରତପୁର ପୁଲିସ କୋଳଥିଆର ଏକ ଖୋଲା ପଡ଼ିଆ ନିକଟରୁ ଜଣେ ବନ୍ଧୁକ ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ପିପିଲିରେ ରହୁଥିବା ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ଜିଲା ଏଗ୍ରା ଥାନା ଘେଟୁଆ ଗ୍ରାମର ବାବୁଜାନ୍ ଖାନ୍ ବୋଲି ଜଣାପଡ଼ିଛି। ତା’ ନିକଟରୁ ୨ଟି ବନ୍ଧୁକ ଓ ୧୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି।

ସୂଚନା ଅନୁସାରେ  ରବିବାର ପୂର୍ବାହ୍ନରେ କୋଳଥିଆର ଏକ ଖୋଲା ପଡ଼ିଆ ନିକଟରେ ଜଣେ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ଦୀର୍ଘ ସମୟ ଧରି ଠିଆ ହୋଇଥିବା ଖବର ଭରତପୁର ଥାନା ଅଧିକାରୀଙ୍କୁ ମିଳିଥିଲା। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସମ୍ପୃକ୍ତ ଯୁବକକୁ କାବୁ କରିଥିଲେ। ତା’ ନିକଟରୁ ଗୋଟିଏ ୨.୨ଏମଏମର ବନ୍ଧୁକ ଓ ଗୋଟିଏ ଏୟାର ପିସ୍ତଲ ସହ ୧୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଥିଲା। ଥାନାକୁ ନେଇ ଜେରା କରିବା ସହ ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *