Sunday , March 26 2023
Breaking News
Home / ବିଶେଷ / ଧୂମାତ ପଂଚାୟତରେ ପୋଖରୀ ଖୋଳା ନାମରେ ମିଥ୍ୟା ବିଲ ହୋଇଥିବା ଅଭିଯୋଗ

ଧୂମାତ ପଂଚାୟତରେ ପୋଖରୀ ଖୋଳା ନାମରେ ମିଥ୍ୟା ବିଲ ହୋଇଥିବା ଅଭିଯୋଗ

କେନ୍ଦ୍ରାପଡ଼ା, ୦୬/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ପଂଚାୟତରେ ପୋଖରୀ ଖୋଳା ନଯାଇ ମିଥ୍ୟା ବିଲ ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଧୂମାତ ଆଂଚଳିକ ବିକାଶ ମଂଚ ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ “ମୋହନା ଯୋରୀ” ନାମରେ ସି.ଏଫ.ସି. ସରକାରୀ ଅନୁଦାନରେ ଏକ ପୋଖରୀ ଖୋଳାଯାଇଥିବା କାଗଜପତ୍ରରେ ଦର୍ଶାଯାଇ ଗତ ଅପ୍ରେଲମାସ ୨୫ତାରିଖରେ ୨ଲକ୍ଷ ୫୦ହଜାର ୪୦୪ଟଙ୍କା ମିଥ୍ୟା ବିଲ କରାଯାଇଥିବା ବେଳେ “ଗଣେଷ ପୋଖରୀ” ନାମରେ ସରକାରଙ୍କ ସି.ଏଫ.ସି. ପାଣ୍ଠିରେ ଅନ୍ୟ ଏକ ପୋଖରୀ ଖୋଳାଯାଇଥିବା କାଗଜପତ୍ରରେ ଦର୍ଶାଯାଇ ଗତ ମାର୍ଚ୍ଚମାସ ୨୭ତାରିଖରେ ୩ଲକ୍ଷ ୬୨ହଜାର ୪୮୭ଟଙ୍କାର ମିଥ୍ୟା ବିଲ ପ୍ରସ୍ତୁତ କରାଯାଇଥିବା  ଆଂଚଳିକ ବିକାଶ ମଂଚ ପକ୍ଷରୁ ଅଭିଯୋଗ ହୋଇଛି । ଏସମ୍ପର୍କରେ ସୂଚନା ଅଧିକାର ଆଇନରେ ମିଳିଥିବା  ତଥ୍ୟକୁ ଆଧାର କରି ବିକାଶ ମଂଚ ପକ୍ଷରୁ ସଦସ୍ୟ ଦେବାଶିଷ ସ୍ୱାଇଁ  ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପଂଚାୟତର ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀ ମିଳିତ ଭାବରେ ପ୍ରକଳ୍ପ କାର୍ଯ୍ୟ ନକରି ଏଭଳି ମିଥ୍ୟାବିଲ କରିଥିବା ନେଇ ଅଭିଯୋଗ ହୋଇଛି । ଏହିସବୁ ଅନିୟମିତତାର ଆବଶ୍ୟକ ତଦନ୍ତ କରାଯିବା ପାଇଁ ୫-ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ  ନିକଟରେ ଅଭିଯୋଗ କରାଯାଇଥିବା ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.