କଟକ ସଦର, ୦୬/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କିଶନନଗର ଥାନା ଏବଂ ସାଲେପୁର ବ୍ଲକ୍ ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ପଞ୍ଚାୟତର ପୂର୍ବତନ ଓ ବର୍ତ୍ତମାନର ଜନପ୍ରତିନିଧିମାନେ ଲୋକମାନଙ୍କ ମୌଳିକ ସମସ୍ୟା ଠାରୁ ନିଜକୁ ଦୂରେଇ ରଖି ନିଜ ନିଜର ବ୍ୟକ୍ତିଗତ ସ୍ୱ।ର୍ଥସାଧନ ପାଇଁ ଆଗଭର ହେଉଥିବାକୁ ନେଇ ତୀଵ୍ର ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ ରଟିଲୋ ଠାରେ ମହାନଦୀ ପଠାରେ ବେଆଇନ ନିର୍ମାଣ ସଵୁ ସହ ପଞ୍ଚମୂଖୀ ହନୁମାନ ମନ୍ଦିର ରାଷ୍ଟ୍ରୀୟ ସଵୁଜ ଟ୍ରିଵ୍ୟୁନାଲଙ୍କ ନିର୍ଦ୍ଦେଶକ୍ରମେ ଉଛେଦ କରାଯାଇଥିଵାକୁ ନେଇ ସେହିଦିନଠାରୁ ସପକ୍ଷ ଓ ବିପକ୍ଷଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ଏଥିପାଇଁ ନିକଟରେ ରଟିଲୋ ଵଜାରରେ ହନୁମାନ ମନ୍ଦିର ଭଙ୍ଗାକୁ ଵିରୋଧ କରୁଥିବା ଗୋଷ୍ଠୀଙ୍କ ସଂଘବଦ୍ଧ ଆକ୍ରମଣରେ ଦୁଇଜଣ ଆହତ ହୋଇଥିବା ଅଭିଯୋଗ ଉପର ପୋଲିସ ଦୁଇଜଣଙ୍କୁ ଗିରଫ କରି ଜେଲ ପଠାଇ ଅନ୍ୟମାନଙ୍କୁ ଖୋଜୁଛି। ସେଥିରେ ଏହିସଵୁ ଆଳରେ ମହାନଦୀ ଵନ୍ଧ ରଟିଲୋ ଵଜାରକୁ ଭାଙ୍ଗିଵା ପାଇଁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଜନପ୍ରତିନିଧିମାନେ ସେଥିପ୍ରତି ଦୃଷ୍ଟି ନ ଦେଇ କିଶନନଗର ତହସିଲର ରଟିଲୋ ମହାନଦୀ ଠାରୁ ୩୦ କି ମି ଦୂର କଟକ ସଦର ତହସିଲର କାଠଯୋଡ଼ି ଵଗୁଲାପଡା ଠାରେ ସରକାରଙ୍କ ଦ୍ୱାରା ନିର୍ମିତ ଜଳ ବିଶୋଧନ ପ୍ଲାଣ୍ଟ କିପରି ହୋଇଛି ଵୋଲି ଜିଲ୍ଲା ପ୍ରଶାସନ କୁ କାଠଗଡାକୁ ଟାଣିଵାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରଶାସନ ଏଵେ ଆକ୍ସନ ମୁଡରେ ଥିଵା ଜଣାପଡିଛି। ନିଜ ଅଞ୍ଚଳର ସମସ୍ୟାକୁ ଅଣଦେଖା କରି ଅନ୍ୟଆଡେ ମୁଣ୍ଡ ପୁରାଇଵା କେତେଦୂର ଯଥାର୍ଥ ତାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହି ଜନପ୍ରତିନିଧି ମାନଙ୍କ ଅସଲ ମୂଖା ଖୋଲି ଯାଇ ଥିଵାରୁ ସେମାନେ ଏଵେ ଔଷଧ ନଖାଇ ତାଟିଆ କାମୁଡୁ ଥିଵା ଅଭିଯୋଗ ହେଉଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଏମାନଙ୍କୁ ପାନେ ଦେଵେ ଵୋଲି ଲୋକେ ଏବେଠାରୁ ମନ ସ୍ଥିର କରିଥିବା ଜଣାପଡିଛି।ଓଡ଼ିଶା ସମାଚାର