Monday , June 27 2022
Breaking News
Home / ରାଜନୀତି / କଟକ ସଦରରେ ବିଜେପିର ଅନ୍ତଃକନ୍ଦଳ ଜଳ ଜଳ

କଟକ ସଦରରେ ବିଜେପିର ଅନ୍ତଃକନ୍ଦଳ ଜଳ ଜଳ

କଟକ ସଦର, ୦୬/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଦୀର୍ଘ ବର୍ଷର ସଂଘର୍ଷ ସତ୍ୱେ ଓଡିଶାରେ ଵିଜେପି କ୍ଷମତା ଦଖଲ କରିଵାରେ ସଫଳତା ହାସଲ କରିପାରିନଥିଵା ଵେଳେ ସେଥିରେ କଟକ ସଦରରେ ଗୋଷ୍ଠୀ କନ୍ଦଳ ଜଳ ଜଳ ହୋଇ ଦିଶୁଛି। ପ୍ରକାଶ ଯେ ଗତକାଲି ରବିବାର ଦିନ ଭୂଵନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ବିଜେପି ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ କଟକ ସଦରରେ ଏକ ରକ୍ତଦାନ ଶିଵିରକୁ ଆସିଥିବା ଵେଳେ ନିମନ୍ତ୍ରଣ ସତ୍ୱେ କେହି ଜଣେ ଵି ଵିଜେପି କାର୍ଯ୍ୟକର୍ତ୍ତା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଵାକୁ ନେଇ ଲୋକଙ୍କ ପାଖକୁ ଭିନ୍ନ ସନ୍ଦେଶ ଯାଇଥିଲା। ସେଥିରେ ମଞ୍ଚରେ ଆସନ ମିଳିନଥିବାରୁ ଜନୈକା ରାଜ୍ୟସ୍ତରୀୟ ମହିଳା ନେତ୍ରୀ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟକ୍ରମ ସ୍ଥଳ ଛାଡି ଚାଲିଯିବା ଭିନ୍ନ ପରିବେଶ ସୃଷ୍ଟି କରିଥିଲା। ଏଥିପାଇଁ ଉକ୍ତ ମହିଳା ନେତ୍ରୀ ଙ୍କୁ ଜନୈକ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସାମାଜିକ ଗଣମାଧ୍ୟମରେ କଟାକ୍ଷ କରିଵା କଥା ସଦରରେ ଥିଵା ଅନ୍ତଃକନ୍ଦଳ କୁ ପଦାରେ ପକାଇଛି।( ଉଭୟେ ଗୋଟିଏ ମଣ୍ଡଳର)। ଅନ୍ୟପକ୍ଷରେ ବିଜେପି ଆଡୁ ମୁହଁ ଫେରାଇ ସଦରର ଵହୁ ଆଗଧାଡିର କର୍ମୀ ଏକ ସାମାଜିକ ସଂଗଠନ ଉତ୍କଳ ଵିକାଶ ପରିଷଦ ରେ ରହି ସଦରରେ ସ୍ୱତନ୍ତ୍ର ସଂଗଠନ ଜରିଆରେ ଲୋକଙ୍କ ନିକଟତର ହେଉଥିଵାରୁ ଵିଜେପି ପାଇଁ ଅଡ଼ୁଆ ସୃଷ୍ଟି କରୁଥିବା ଜଣାପଡିଛି।କ୍ଷମତାରେ ନଥାଇ ଯଦି ଏତେ ତେଵେ କ୍ଷମତାକୁ ଆସିଲେ କେତେ ଵୋଲି ଲୋକଙ୍କ ମୁହଁରୁ ଶୁଣିଵାକୁ ମିଳୁଛି। ଓଡ଼ିଶା ସମାଚାର

About admin

Check Also

ପାଟକୁରା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା

ଗରଦପୁର,୨୧/୦୬/୨୦୨୨( ଓଡ଼ିଶା ସମାଚାର )- ନେସନ୍ୟାଲ ହେରାଲଡ୍ଡ ମାମଲା ରେ କଂଗ୍ରେସ ର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀ ଙ୍କୁ …

Leave a Reply

Your email address will not be published. Required fields are marked *