Thursday , August 11 2022
Breaking News
Home / ବିଶେଷ / ସାଲେପୁର ରେ ଗୁରୁପ୍ରତିଭା ସମ୍ମାନ ସମାରୋହ

ସାଲେପୁର ରେ ଗୁରୁପ୍ରତିଭା ସମ୍ମାନ ସମାରୋହ

ସାଲେପୁର,୦୫/୦୯/୨୦୨୧(ଓଡିଶା ସମାଚାର/ ଅଭୟ ଜେନା ) – ପବିତ୍ର ଗୁରୁଦିବସ ଅବସରରେ  ଗୁରୁପ୍ରତିଭା ସମ୍ମାନ  ସମିତି ଟାଙ୍ଗି -ସାଲେପୁର ଆନୁକୂଲ୍ୟ ରେ ସାଲେପୁର ହାଇସ୍କୁଲ  ଅଡ଼ିଟୋରିଅମ ଠାରେ ଗୁରୁ ପ୍ରତିଭା ସମ୍ମାନ ସମାରୋହ  ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ଶିକ୍ଷା ର ବିକାଶ କ୍ଷେତ୍ର ରେ ସାଲେପୁର ମାଟିର ଭୂମିକା ମହତ୍ୱପୂର୍ଣ୍ଣବୋଲି ମତବ୍ୟକ୍ତ କରିଥିଲେ  । ସାଲେପୁର ମାଟିର ପ୍ରଥମ ଗ୍ରାଜୁଏଟ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଏହି ଜନ୍ମ ମାଟି,  ସାଲେପୁର ଅଞ୍ଚଳ ର ଉଚ୍ଚ  ପ୍ରସଂଶା କରିଥିଲେ। ସମ୍ମାନିତ ଅତିଥିଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ଥିବା ବେଳେ, ଅନ୍ୟତମ ଅତିଥିଭାବେ ଆତ୍ମାର ସଭାପତି ଦିଲ୍ଲୀପ  ଦାଶ  ଯୋଗଦେଇଥିଲେ। ଜିଲ୍ଲା ପରିଷଦ  ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ ଯୋଗଦେଇ ଗୁରୁଦିବସ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଉତ୍ସଵ ରେ ବିଇଓ ଜଗବନ୍ଧୁ ଶତପଥି ସଭାପତିତ୍ୱ କରିଥିଲେ। ଏହି ଅବସରରେ ଶିକ୍ଷକତା କ୍ଷେତ୍ରରେ ଅବଦାନ ପାଇଁ ୩୦ ଜଣ ଶିକ୍ଷକ ଙ୍କୁ ମନ୍ତ୍ରୀଶ୍ରୀ ମିଶ୍ର  ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଡ଼୍ୟାମର ୨ ଟି ଗେଟ ଖୋଲିଲା, ସନ୍ଧ୍ୟା ସୁଦ୍ଧା ଆଉ ୮ ଟି ଗେଟ ଖୋଲିବ ସୂଚନା

ହୀରାକୁଦ/ସମ୍ବଲପୁର ୧୧/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ଗୁରୁବାର ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଆଜି ମଧ୍ୟାହ୍ନ ୨ ଟି …

Leave a Reply

Your email address will not be published.