Saturday , April 1 2023
Breaking News
Home / ବିଶେଷ / ସାଇ ଓ ରାମ ଜରାଶ୍ରମ ରେ ନିଆରା ଢଙ୍ଗ ରେ ପାଳିତ ହେଲା ଜନ୍ମଦିନ

ସାଇ ଓ ରାମ ଜରାଶ୍ରମ ରେ ନିଆରା ଢଙ୍ଗ ରେ ପାଳିତ ହେଲା ଜନ୍ମଦିନ

ପାରାଦୀପ,୦୫/୦୯/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଉପକଣ୍ଠ ଦୋଛକି ଠାରେ ଥିବା ସାଇ ଓ ରାମ ଜରାଶ୍ରମ ରେ ଶନିବାର ଦିନ ନିଆରା ଢଙ୍ଗ ରେ ଜନ୍ମଦିନ ପାଳିଛନ୍ତି ପାରାଦୀପ ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀ । ଜରାଶ୍ରମ ର ଅନ୍ତେବାସୀମାନଙ୍କ ସହିତ କେକ୍ କାଟି ଥିଲେ ଶ୍ରୀ ସେଠୀ । ଜରାଶ୍ରମ ର ଅନ୍ତେବାସୀମାନେ ଭାବବିହ୍ୱଳ ହୋଇ ଶ୍ରୀ ସେଠୀ ଙ୍କୁ ଆର୍ଶୀବାଦ କରିଥିଲେ । ନିଜ ନିଜ ର ଜନ୍ମଦିନ କୁ ଲୋକମାନେ ଭିନ୍ନ ଭିନ୍ନ ଢଙ୍ଗ ରେ ଭିନ୍ନ ଭିନ୍ନ ସ୍ଥାନ ରେ ପାଳୁଥିବା ବେଳେ ଶ୍ରୀ ସେଠୀ ଜରାଶ୍ରମ ରେ ନିଜ ର ଜନ୍ମଦିନ ପାଳୁଥିବା ରୁ ଏବଂ ଜରାଶ୍ରମ ର ଅନ୍ତେବାସୀଙ୍କୁ ସ୍ନେହ ଓ ଭଲ ପାଇବା ଦେବାକୁ ଆସି ପହଂଚିଥିବା ରୁ ଅନ୍ତେବାସୀମାନେ ଖୁସିବ୍ୟକ୍ତ କରିଥିଲେ । ସମାଜ ରେ ପରିବାର ଠାରୁ ଅଲଗା ହୋଇ ରହୁଥିବା ଏହି ମଣିଷମାନଙ୍କ ଗହଣ ରେ ଜନ୍ମଦିନ ପାଳନ କରୁଥିବା ରୁ ଶ୍ରୀ ସେଠୀ ଖୁସିବ୍ୟକ୍ତ କରିଛନ୍ତି । ଏହି ଅବସର ରେ ପାରାଦୀପ ର ଆଜାଦ୍ ଭାରତ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ଜରାଶ୍ରମ ଅନ୍ତେବାସୀଙ୍କ ନିମନ୍ତେ ଦୁଇଗୋଟି ସିଲିଙ୍ଗ ଫ୍ୟାନ୍ ପ୍ରଦାନ କରାଯାଇଥିଲା । ଆଜାଦ୍ ଭାରତ ମେମୋରିଆଲ୍ ଟ୍ରଷ୍ଟ ର ସଭାପତି ଅବଦୁଲ୍ ଆବିଦ୍ ଖାନ୍ ଏହି କାର୍ଯ୍ୟକ୍ରମ ରେ ପୌରହିତ୍ୟ କରିଥିଲେ । କାର୍ଯ୍ୟକ୍ରମ ରେ ସେକ୍ ଇନ୍ତେଖାବ୍ ଆଲାମ୍, ହାଜି ସୟଦ ହିଫଜୁର୍ ବାରି, ସେକ୍ ଜାଫର, ସେକ୍ ନାଜିମ୍, ସେକ୍ ସାକିର, ସୌଦ୍ ଖାନ୍ ପ୍ରମୁଖ ପରିଚାଳନା କରିଥିଲେ ।    ଓଡ଼ିଶା ସମାଚାର

Leave a Reply

Your email address will not be published.