Tuesday , December 7 2021
Breaking News
Home / ବିଶେଷ / ରେଙ୍ଗଟାରେ ବଜ୍ରପାତ : ବୃଦ୍ଧ ଚାଷୀଙ୍କ ଜୀବନ ଗଲା

ରେଙ୍ଗଟାରେ ବଜ୍ରପାତ : ବୃଦ୍ଧ ଚାଷୀଙ୍କ ଜୀବନ ଗଲା

ନିରାକାରପୁର, ୦୫/୦୯/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଲେଣ୍ଡୋ ପଞ୍ଚାୟତ ରେଙ୍ଗଟା ଗ୍ରାମର ଶତ୍ରୁଘ୍ନ ପରିଡ଼ା (୭୫) ନିଜ ଜମିରେ କାମ କରୁଥିବାବେଳେ ଶନିବାର ଅପରାହ୍ନ ୫ଟା ରେ ଘଡଘଡି ସହ ବର୍ଷା ହୋଇଥିଲା। ବିଜୁଳି ମାରିବାରୁ ସେ ଗୁରୁତର ହୋଇ ଜମିରେ ପଡ଼ିଥିଲେ। ବର୍ଷା ଶେଷ ହେବା ପରେ ଘର ଲୋକ ଖୋଜି ତାଙ୍କୁ ଜମିରେ ପଡିଥିବାର ଦେଖିବାକୁ ପାଇଲେ। ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସରେ ଖୋର୍ଦ୍ଧା ହସ୍ପିଟାଲ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର କାନମୁଣ୍ଡ ଓ ଛାତି ବିଜୁଳି ମାରି ପୋଡି ଯାଇଥିବା ଦେଖିବାକୁ ମିଳିଛି। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *