କଟକ ସଦର, ୦୫/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ରଟିଲୋ ଵଜାରରେ ଶନିବାର ଦିନ ଗଣ୍ଡଗୋଳ କରି ସଂଘବଦ୍ଧ ଭାଵେ ଦୁଇ ଜଣଙ୍କୁ ମାଡମାରି ଆହାତ କରିଥିଵା ଅଭିଯୋଗରେ ପୋଲିସ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ରବିବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ପ୍ରକାଶ ଯେ ରଟିଲୋ ମହାନଦୀ ପଠାରେ ଗଢ଼ିଉଠିଥିବା ବେଆଇନ ନିର୍ମାଣ ସହ ପଞ୍ଚମୂଖୀ ହନୁମାନ ମନ୍ଦିରକୁ ପ୍ରଶାସନ ଭାଙ୍ଗି ଦେଇଥିଲେ। ଏଥିପାଇଁ ସପକ୍ଷ ଓ ବିପକ୍ଷ ଙ୍କ ମଧ୍ୟରେ ସେହି ଦିନଠାରୁ ଛକାପଞ୍ଝା ଲାଗି ରହିଥିଲା। ଯେଉଁଥିପାଇଁ ଶନିଵାର ଦିନ ଵିପକ୍ଷଗୋଷ୍ଠୀଙ୍କ ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ସପକ୍ଷବାଦୀଙ୍କ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତ କରି ସପକ୍ଷବାଦୀଙ୍କ ମଧ୍ୟରୁ ଵୁଧିଆ ଓରଫ ହେମନ୍ତ ମଲ୍ଲିକ ଓ ଵଟ ଓରଫ ଵଟିଆ ବେହେରା ଦୁଇଜଣ ଅଭିଯୁକ୍ତଙ୍କୁ ମାମଲା ନଂ୧୨୧/୨୦୨୧,ଦଫା ୨୯୪,୩୨୧,୩୦୭,୫୦୬ ଓ ୩୪ ଆଇପିସି ରେ ଗିରଫ କରି ରବିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରିଣୀ ସସ୍ମିତା ରଣାଙ୍କ ଠାରୁ ଜଣା ଯାଇଛି। ଆହୁରି ଅନେକ ଙ୍କ ନାମରେ ଅଭିଯୋଗ ଥିଵାରୁ ସେମାନଙ୍କୁ ଧରିଵା ପାଇଁ ଉଦ୍ୟମ ଜାରି ରହିଛି ବୋଲି ତଦନ୍ତକାରୀ ଅଧିକାରୀ ଏସ୍ ଆଇ ବିପିନ୍ ବିହାରୀ ଦେହୁରୀ କହିଛନ୍ତି। ଓଡ଼ିଶା ସମାଚାର