Tuesday , December 7 2021
Breaking News
Home / ବିଶେଷ / ମହାକାଳପଡା ବିକାଶ ମଂଚ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

ମହାକାଳପଡା ବିକାଶ ମଂଚ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

କେନ୍ଦ୍ରାପଡ଼ା,୦୫/୦୯/୨୦୨୧(ଓଡ଼ିଶା ସମାଚାର)- ମହାକାଳପଡା ବିକାଶ ମଂଚ ପକ୍ଷରୁ ବଉଳକଣୀ ପଂଚାୟତର ଅରୁଣନଗର ଗ୍ରାମର ଅଗ୍ନିବିପନ୍ନ ପରିବାର ରାଜୁ ଜେନାଙ୍କୁ ସହାୟତା ପ୍ରଦାନ କରାଯାଇଛି । ଆକସ୍ମିକ ଅଗ୍ନିକାଣ୍ଡ ଘଟି ରାଜୁଙ୍କ ବାସଗୃହଟି ସମ୍ପୂର୍ଣ୍ଣ ପୋଡି ପାଉଁଁଶ ହୋଇଯାଇଛି । ଏସମ୍ପର୍କରେ ଖବର ପାଇ ବିକାଶ ମଂଚର ପ୍ରତିଷ୍ଠାତା ସଭାପତି ପରିବେଶବୀତ କାଶୀନାଥ ରାଉତରାୟ ଓ ମଂଚର ଉପଦେଷ୍ଟା ଶିକ୍ଷାବିତ ପ୍ରଣବ କୁମାର ଜେନାଙ୍କ ସହ ବିପନ୍ନଙ୍କ ପାଖରେ ପହଂଚି  ରାଜୁଙ୍କୁ ଚୂଡା, ଅଟା, ବିସ୍କୁଟ, ଚିନି ପ୍ରଭୃତି ଶୁଖିଲା ଖାଦ୍ୟ ସମେତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।  ଏଥିସହିତ ବିପନ୍ନ ପରିବାରକୁ ମଂଚ ପକ୍ଷରୁ ସମବେଦନା ଜଣାଇଥିଲେ । ଏହି କାର୍ୟ୍ୟକ୍ରମରେ ମଂଚର ସମ୍ପାଦକ ବିଚିତ୍ର ବାରିକ, ସଦସ୍ୟ ଧନେଶ୍ୱର ସେଠୀ, ପବିତ୍ର ମାଇତି, ସେହି ଗ୍ରାମର ସଞ୍ଜୟ ମାରୁ, ରାମଚନ୍ଦ୍ର ମଣ୍ଡଳ, ଶ୍ରୀବତ୍ସ ମଳିକ, ଶ୍ରୀକାନ୍ତ ସର୍ଦ୍ଧାର, ଜଗବନ୍ଧୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ଓଡ଼ିଶା ସମାଚାର

About admin

Check Also

ଚିଟଫଣ୍ଡ ଠକେଇ ମାମଲାରେ ଚୈଦ୍ୱ।ର ଜେଲରେ ୩ ମାସ ରହିଵା ପରେ ଆନ୍ଧ୍ରପ୍ରଦେଶର ପୂର୍ଵତନ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ

କଟକ ସଦର, ୦୭/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଚିଟଫଣ୍ଡ ଠକେଇ ଏକାଧିକ ମାମଲାରେ କ୍ରାଇମବ୍ରାଞ୍ଚ ଅପରିଧିକ ଶାଖା ପକ୍ଷରୁ …

Leave a Reply

Your email address will not be published. Required fields are marked *