Tuesday , December 7 2021
Breaking News
Home / ବିଶେଷ / ଭୂଵନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କଟକ ରକ୍ତଦାନ ଶିଵିରରେ ଯୋଗଦାନ,୭୯ ୟୁନିଟ୍ ରକ୍ତ ସଂଗ୍ରହ

ଭୂଵନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କଟକ ରକ୍ତଦାନ ଶିଵିରରେ ଯୋଗଦାନ,୭୯ ୟୁନିଟ୍ ରକ୍ତ ସଂଗ୍ରହ

କଟକ ସଦର, ୦୫/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ‘ଆମ ପରିବାର’ ପକ୍ଷରୁ ଡ୍ରିମ୍ ୱ।ର୍ଲଡ୍ ଫାଉଣ୍ଡେସନ ଆୟୋଜନରେ କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଟକ ମହାନଗର ନିଗମ ୫୧ ନମ୍ବର ୱ।ର୍ଡ ତିନିଘରିଆ ଗୋଶାଳା ରୋଡରେ ଥିବା ଦୂଲାଦେଵୀ ମଣ୍ଡପରେ ଆଜି ରବିବାର ଦିନ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ‘ଆମ ପରିଵାର’ ଅଧ୍ୟକ୍ଷା,ଭୂଵନେଶ୍ୱର ଲୋକସଭା ସାଂସଦ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା, ଭାରତୀୟ ପ୍ରଶାସନିକ ସେଵା( ଆଇ ଏ ଏସ୍ ସେବା ନିବୃତ) ଅଧିକାରିଣୀ ଅପରାଜିତା ଷଡ଼ଙ୍ଗୀ ଉଦ୍ଘାଟନ କରିଵା ସହିତ ରକ୍ତଦାତା ଜୀଵନଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏଭଳି ମହତ କାର୍ୟ୍ୟକୁ ଦଳମତ ଉର୍ଦ୍ଧ୍ବରେ ରହି ସମସ୍ତେ ସଵୁଆଡେ ଆୟୋଜନ କରିଵାକୁ ଆୟୋଜିତ ସଭାରେ ବକ୍ତବ୍ୟରେ କହିଥିଲେ।ଏଥିରେ ସଦର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମନ୍ତିନୀ ବେହେରା ଯୋଗ ଦେଇ ବକ୍ତବ୍ୟ ରଖିଥିବା ଵେଳେ ରକ୍ତଦାତାଙ୍କୁ ପରିଵାର ପକ୍ଷରୁ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ନିର୍ଦ୍ଧାରିତ ସମୟ ୧୦ ଟା ପରିବର୍ତ୍ତେ ଅଢେଇ ଘଣ୍ଟା ବିଳମ୍ବରେ ସାଂସଦ ଅପରାଜିତା ଶିଵିରରେ ପହଞ୍ଚିଵାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା। ବିଳମ୍ବ ପାଇଁ ଅପରାଜିତା ଦୁଃଖ ପ୍ରକାଶ କରିବା ସହିତ ଆଗକୁ ଏଭଳି ବିଳମ୍ବ ପାଇଁ ଯତ୍ନବାନ ହେଵି ବୋଲି କହିଥିଲେ। ନିମନ୍ତ୍ରଣ ପତ୍ରରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର, ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା,ନଗର ବିଜେପି ସଭାପତି ଲଲାଟେନ୍ଦୁ ଵଡୁ ପମୁଖ ଅନେକ ନେତାଙ୍କ ନାଁ ଥିବା ଵେଳେ ଶିଵିରକୁ କେହି ଆସିନଥିଵାକୁ ନେଇ ଭିନ୍ନ ଭିନ୍ନ କଥା ଶୁଣାଯାଇଥିଲା। ସେହିପରି ମଞ୍ଚରେ ଵସିଵାକୁ ସୁଯୋଗ ନମିଳିବାରୁ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥୀ ସଭାସ୍ଥଳ ଛାଡି ଚାଲିଯାଇଥିଵା ଦେଖିବାକୁ ମିଳିଥିଲା। ଶିଵିର ପରିଚାଳନାରେ ପୂର୍ବତନ କର୍ପୋରେଟର କୈଳାସ ଵସ୍ତିଆ,ସୌମ୍ୟରଞ୍ଜନ ଷଡ଼ଙ୍ଗୀ,ପିୟୂଷରଞ୍ଜନ ପରିଡ଼ା,ଵିଶ୍ୱରଞ୍ଜନ ଦାସ,ସୁଭେନ୍ଦୁ ସ୍ୱ।ଇଁ, ରାଜକିଶୋର ଦାସ,ଗୌରଵ ସାହୁ ପ୍ରମୁଖ ସହାୟତା କରିଥିଲେ। କଟକ ରକ୍ତ କେନ୍ଦ୍ର ସହାୟତାରେ ଶିଵିରରୁ ୭୯ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *