Tuesday , December 7 2021
Breaking News
Home / ରାଜନୀତି / ବିଜେପିର ବିଧାୟକଙ୍କୁ ବଦନାମକୁ ନେଇ କୋରୋ ପଂଚାୟତ ବିଜେଡି ପକ୍ଷରୁ ପ୍ରତିବାଦ

ବିଜେପିର ବିଧାୟକଙ୍କୁ ବଦନାମକୁ ନେଇ କୋରୋ ପଂଚାୟତ ବିଜେଡି ପକ୍ଷରୁ ପ୍ରତିବାଦ

କେନ୍ଦ୍ରାପଡ଼ା,୦୫/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଂଚାୟତ ବିଜୁ ଜନତା ଦଳ ପକ୍ଷରୁ ବିଧାୟକଙ୍କୁ ବିଜେପିର ବଦନାମ କରାଯିବା ଘଟଣାର ପ୍ରତିବାଦ କରାଯାଇଛି । ପଂଚାୟତ ସଭାପତି ଅଶୋକ କୁମାର ବରାଳଙ୍କ ନେତୃତ୍ୱରେ ରବିବାର ପାଳକଣା ଗ୍ରାମର ମା ବାସୁଳେଇ ଠାକୁରାଣୀ ପୀଠରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବିଜେପି ତୁଛାଟାରେ ହୀନ ରାଜନୈତିକ ଉଦେଶ୍ୟ ଚରିତାର୍ଥ କରିବା ପାଇଁ  କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କୁ ବଦନାମ କରିବାକୁ ଚେଷ୍ଟା କରିବା ଘଟଣାକୁ ପଂଚାୟତର ବିଜେଡି କର୍ମୀମାନେ ଦୃଢଭାବେ ନିନ୍ଦା କରିଛନ୍ତି । ଶରତ ସାମଲ, ରବୀନ୍ଦ୍ର ସେଠୀ, ପଦ୍ମଚରଣ ସୁତାର, ଜଗନ୍ନାଥ ନାୟକ, ସରସ୍ୱତୀ ସାହୁ, ପ୍ରମିଳା ସୁତାର, ଇତିଶ୍ରୀ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀ ଏହି ପ୍ରତିବାଦ ସଭାରେ ଯୋଗଦେଇ ବିଜେପିର ବିଧାୟକଙ୍କ ପ୍ରତି ଏଭଳି ଅସୂୟା ଭାବକୁ ଦୃଢ ବିରୋଧ କରାଯିବା ସହିତ ତୀବ୍ର ନିନ୍ଦା କରାଯାଇଛି । ଆଗାମୀ ଦିନରେ ଏହି ଘଟଣାର ପୁନରାବୃତି ହେଲେ ବିଜେଡି ତାର ଉଚିତ ଜବାବ ଦେବ ବୋଲି ପଂଚାୟତର ବିଜେଡି ନେତାମାନେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ରାକ୍ ନିର୍ବାଚନ ପ୍ରସ୍ତୁତି:ମାଣପୁର ପଞ୍ଚାୟତରେ ଵିଜୁ ଜନତା ଦଳର କର୍ମୀ ସମ୍ମିଳନୀ

କଟକ ସଦର, ୨୮/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମାଣପୁର ପଞ୍ଚାୟତର ଵିଜେଡି କର୍ମୀ …

Leave a Reply

Your email address will not be published. Required fields are marked *