ପାରାଦୀପ,୦୫/୦୯/୨୦୨୧(ଓଡ଼ିଶା ସମାଚାର)-ପାରଦୀପ ବନ୍ଦର ର ପୂର୍ବତନ ଟ୍ରେଡ୍ ୟୁନିଅନ୍ ନେତା ତଥା ପାରାଦୀପ ବନ୍ଦର ପେନସନର ଆସୋସିଏସନ୍ ର ସାଧାରଣ ସମ୍ପାଦକ ପର୍ଶୂରାମ ମଲ୍ଲିକ(୭୬)ଙ୍କ ର ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ମଲ୍ଲିକଙ୍କ ଘର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଓଦେଇ ଗ୍ରାମ ରେ । ସେ ୧୯୭୭ ମସିହାରେ ପାରାଦୀପ ବନ୍ଦର ସେବା ରେ ଯୋଗ ଦେଇ ୨୦୦୪ ମସିହା ରେ ଜନମଙ୍ଗଳ ଅଧିକାରୀ ଭାବେ ଅବସର ଗ୍ରହଣ କରିଥିଲେ । ଗତ ଶୁକ୍ରବାର ଦିନ ହୃଦଘାତ ରେ ତାଙ୍କ ର ମୃତ୍ୟୁ ହୋଇଥିବା ନେଇ ତାଙ୍କ ର ଏକମାତ୍ର ପୁତ୍ର ପାର୍ଥସାରଥି ମଲ୍ଲିକ ସୂଚନା ଦେଇଛନ୍ତି । ମୃତ୍ୟୁଶଯ୍ୟା ନିକଟ ରେ ସ୍ୱର୍ଗତ ମଲ୍ଲିକ ଙ୍କ ର ସହଧର୍ମୀଣୀ ଓ ଏକମାତ୍ର କନ୍ୟା ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ରେ ପାରାଦୀପ ବନ୍ଦର ପେନସର ଆସୋସିଏସନ୍ ର କାର୍ଯ୍ୟକାରୀ ସଭାପତି ବୈଷ୍ଣବ ଚରଣ ପଟ୍ଟନାୟକ, ପୂର୍ବତନ ସଭାପତି ପ୍ରସନ୍ନ କୁମାର ଆଚାର୍ଯ୍ୟ, ବନ୍ଦର ର ପୂର୍ବତନ ମୁଖ୍ୟ ଅର୍ଥ ପରାମର୍ଶଦାତା ଆର୍.ଏନ୍.ରାଉତରାୟ ପ୍ରମୁଖ ଶୋକବ୍ୟକ୍ତ କରିବା ସହିତ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି । ଓଡ଼ିଶା ସମାଚାର