Monday , March 27 2023
Breaking News
Home / ବିଶେଷ / ଜୟପ୍ରକାଶ ଶିକ୍ଷା ନିକେତନରେ ଗୁରୁ ଦିବସ ପାଳିତ

ଜୟପ୍ରକାଶ ଶିକ୍ଷା ନିକେତନରେ ଗୁରୁ ଦିବସ ପାଳିତ

ତାରପୁର, ୦୫/୦୯/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ରାମଚନ୍ଦ୍ରପୁରସ୍ଥିତ ଜୟପ୍ରକାଶ ଶିକ୍ଷା ନିକେତନରେ ଭାରତର ପ୍ରଥମ ଉପରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଗୁରୁ ଦିବସ ପାଳିତ ହୋଇ ଯାଇଛି । ଆଜି ରବିବାର ସତ୍ୱେ ସ୍ଥାନୀୟ କିଛି ଛାତ୍ର ଛାତ୍ରୀ ସ୍କୁଲ ରେ ଉପସ୍ଥିତ ହୋଇ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ସହିତ ଗୁରୁବନ୍ଦନା କରିବା ଓ ସମସ୍ତ ଗୁରୁଜୀ ମାନଙ୍କୁ ଦୀପ ଅର୍ଘ୍ୟ ଦାନ କରି ବନ୍ଦନା କରିଥିଲେ । ଏଥି ସହିତ ଗୁରୁଜୀ ମାନଙ୍କୁ ମିଠା ଖୁଆଇ ଆଶିର୍ବାଦ ଗ୍ରହଣ କରିଥିଲେ । ଏହାପରେ ସ୍କୁଲ ର କିଛି ପୁରାତନ ଛାତ୍ର ମାନସ କୁମାର ମହାପାତ୍ର,ବଟକୃଷ୍ଣ ନାୟକ,ପ୍ରଦୀପ୍ତ ମହାପାତ୍ର,ଜୟପ୍ରକାଶ ଜେନା, ସାରଦା ପ୍ରସାଦ ଦ୍ୱିବେଦୀ, ଡ଼ ସନାତନ ସତପଥି ପ୍ରମୁଖ ପହଂଚି ଗୁରୁଦିବସ ଅବସରରେ ଉପସ୍ଥିତ ଗୁରୁଜୀ ମାନଙ୍କୁ ଉତରୀୟ ସହିତ ପୁଷ୍ପମାଲ୍ୟ ଦେଇ ଗୁରୁଦିବସ ପାଳନ କରିଥିଲେ । ଏହି ଅବସରରେ ପ୍ରଧାନ ଶିକ୍ଷକ ରଂଜନ କୁମାର ମିଶ୍ର,ପବିତ୍ର କୁମାର ସ୍ୱାଇଁ,ସୁଧୀର କୁମାର ସାହାଣୀ,ଧରଣୀଧର ଜେନା,ସୁବାସ ଚନ୍ଦ୍ର ନାୟ. ସୁଧୀର କୁମାର ନାୟକ, ସୁରେନ୍ଦ୍ରନାଥ ମହାପାତ୍ର, ବିଷ୍ଣୁ ଚନ୍ଦ୍ର କର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.