Saturday , April 1 2023
Breaking News
Home / ବିଶେଷ / ଆଦର୍ଶ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ

ଆଦର୍ଶ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ

ଗରଦପୁର, ୦୫/୦୯/୨୦୨୧(ଓଡ଼ିଶା ସମାଚାର)-ଆଜି ଗୁରୁଦିବସ ଅବସରରେ ପାଟକୁରା ରେ ଏକ ଭିନ୍ନ ଢ଼ଙ୍ଗରେ ଏହି ଦିବସ ପାଳିତ ହୋଇ ଯାଇଛି । ପାଟକୁରା ପ୍ରଗତି ମଂଚ ନାମରେ ଏକ ସାମାଜିକ ଅନୁଷ୍ଠାନ ଆଗକୁ ଆସି ଅଂଚଳର କୃତୀ ଶିକ୍ଷକ ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛି । ଗୁରୁପରମ୍ପରା ମାଧ୍ୟମରେ ଭାରତୀୟ ସଂସ୍କୃତିକୁ ଜାଗ୍ରତ ଓ ଉଦ୍ଜୀବିତ ରଖାଯାଇ ପାରିବ ବୋଲି ମଂଚ ତରଫରୁ ବାର୍ତା ଦିଆଯାଇଛି । ଏହି ଅବସରରେ ଗରଦପୁର ବ୍ଲକ୍ କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟ ସଭା ଗୃହରେ ପାଟକୁରା ପ୍ରଗତି ମଂଚ ଆନୁକୂଲ୍ୟରେ ଆଦର୍ଶ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଉତ୍ସବରେ ପ୍ରକୃତି ବନ୍ଧୁ ସନ୍ତୋଷ ଜେନା ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ବ୍ରହ୍ମକ୍ଷେତ୍ର ଆଶ୍ରମର ସ୍ୱାଧି କ୍ରିଷ୍ଣା ଦେବୀ ଉଦଘାଟନ କରିଥିଲାବେଳେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ପ୍ରାଧ୍ୟାପକ ଅଜୟ ରାଉତ ଯୋଗଦେଇ ଭାରତୀୟ ସଂସ୍କୃତିରେ ଗୁରୁ ପରମ୍ପରା ସଦା ସର୍ବଦା ସମାଜକୁ ଦିଗଦର୍ଶନ ଦେଇ ଆସିଛି ବୋଲି ମତ ବ୍ୟକ୍ତ କରିଥିଲେ । ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଆଇନଜିବୀ ହେମନ୍ତ କୁମାର ମହାପାତ୍ର, ଆଇନଜିବୀ ଶିବ ପ୍ରସାଦ ସିଂ, ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ,ସମାଜସେବୀ ଦିଲିପ ନାୟକ, ମୁଖ୍ୟବକ୍ତା ଡ଼ ନୀରଂଜନ ସାହୁ,ପ୍ରଫେସର ସଂଜୟ କୁମାର ସାମନ୍ତରାୟ, ଡ଼ ନବଘନ ପରିଡ଼ା,ପ୍ରମୁଖ ଯୋଗଦେଇ ଗୁରୁଦିବସର ମହାନତା ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍ସବରେ ୫୦ ଜଣ ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀ ଯଥା: ଜ୍ୟୋତ୍ସ୍ନା କୁମାରୀ ତ୍ରିପାଠୀ, ପୁଲକ କୁମାର ପରିଡ଼ା,ସାରଦା ପ୍ରସାଦ ପାଣି,ପ୍ରଫେସର ସର୍ବେଶ୍ୱର ସେଣ, ଅଶୋକ କୁମାର ପରିଡ଼ା, ଭଗବାନ ବାରିକ ମଧୁସୂଦନ ରାଉତ, ଅମ୍ବିକା ପ୍ରସାଦ ଦାସ, ନୀରଂଜନ ସତପଥି, ତେଜବାହାଦୂର ପଣ୍ଡା ପ୍ରମୁଖଙ୍କୁ ମାନପତ୍ର , ପୁଷ୍ପଗୁଛ , ଉତରୀୟ ସହିତ ମୁକୁଟ ମଣ୍ଡିତ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବ ପ୍ରାରମ୍ଭରେ ମନସ୍ୱିନୀ ଜେନା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲାବେଳେ କେଦାରନାଥ ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉତ୍ସବ ପରିଚାଳନାରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ଧୀରେନ ବିଶ୍ୱାଳ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.