Tuesday , October 3 2023
Breaking News
Home / ତାଜା ଖବର / ହନୁମାନ ମନ୍ଦିର ଭଙ୍ଗା ଯିବା ଘଟଣା ରେ ରଟିଲ ରେ ତୀବ୍ର ଉତ୍ତେଜନା :ଗୋଷ୍ଠୀ ଆକ୍ରମଣ ରେ ୩ ଆହତ

ହନୁମାନ ମନ୍ଦିର ଭଙ୍ଗା ଯିବା ଘଟଣା ରେ ରଟିଲ ରେ ତୀବ୍ର ଉତ୍ତେଜନା :ଗୋଷ୍ଠୀ ଆକ୍ରମଣ ରେ ୩ ଆହତ

ସାଲେପୁର /କିଶନନଗର, ୦୪/୦୯/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା କିଶନନଗରଥାନା ତଥା ସାଲେପୁର ବ୍ଲକ ରଟିଲ ମହାନଦୀ କୂଳ ରେ ନିର୍ମିତ ହନୁମାନ ମନ୍ଦିର କୁ ପ୍ରଶାସନ ଭାଙ୍ଗିଦେବାପରେ ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ବିସ୍ଫୋରକ ରୂପ ନେଇଛି । ଆଜି ଦିନ ୧୧ଟା ବେଳେ ପୋଲ ମୁଣ୍ଡ ଛକ ରେ ଜଳଖିଆ ଦୋକାନ କରିଥିବା ରଟିଲ ଗ୍ରାମର ଫକୀର ସାହୁ,ପୁଅ ଶମ୍ଭୁନାଥ ସାହୁ ଓ ଭଣଜା ପବିତ୍ର ସାହୁ ଙ୍କୁ ଉକ୍ତ ଅଞ୍ଚଳ ର କେତେକ ବ୍ୟକ୍ତି ଠେଙ୍ଗା, ବାଡ଼ି ଓ ମାରଣାସ୍ତ୍ର ରେ ଆକ୍ରମଣ କରିବାରୁ, ତିନିହେଁ ଆହତ ହୋଇଛନ୍ତି । ସେଥିମଧ୍ୟରୁ ବାପ ପୁଅ ଗୁରୁତର ଆହତ ହୋଇଛନ୍ତି । ସେମାନେ ସାଲେପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ଘଟଣା ସମ୍ପର୍କ ରେ କିଶନନଗର ଥାନାରେ ଆକ୍ରମଣ କାରୀଙ୍କବିରୁଦ୍ଧରେ ଲିଖିତ ଅଭିଯୋଗ ହୋଇଛି । ମନ୍ଦିର ଭଙ୍ଗା ବେଳେ ପୋଲିସ କୁ ପାଣି ପିଇ ବାକୁ ଦେଇ ଭାଙ୍ଗିବା ରେ ତୁମର ହାତ ଅଛି ବୋଲି ଦୋଷାରୋପ କରି ଆକ୍ରମଣ କରିଥିବା, ଆହତ ବ୍ୟକ୍ତି ମାନେ ପ୍ରକାଶ କରିଛନ୍ତି । ତେବେ ସେଠାରୁ ୧୪୪ ଉଠିବା ପରେ ପ୍ରଶାସନ ଓ ପୋଲିସ ର ଢିଲା ପଣ ପାଇଁ ଏପରି ଘଟିଲା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ଘଟଣା ଆହୁରି ବିସ୍ଫୋରକ ରୂପ ନେବାର ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ ବୋଲି ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *