କଟକ ସଦର, ୦୪/୦୯/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କେନ୍ଦ୍ର ଵିଜେପି ସରକାରଙ୍କ ନିୟନ୍ତ୍ରଣରେ ଥିଵା ଜାଳେଣି ଗ୍ୟାସ୍ ଓ ଖଣିଜ ତୈଳଦର ଉପରେ ସରକାର ନିୟନ୍ତ୍ରଣ ହରାଇଥିଵାରୁ ଏହା ଦିନକୁ ଦିନ ବଢି ବଢି ଚାଲିଛି। ରନ୍ଧନ ଗ୍ୟାସ ଓ ପେଟ୍ରୋଲ ଡିଜେଲ ଲୋକଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବା ବେଳେ ଏହାର ଦରବୃଦ୍ଧି ଲୋକଙ୍କୁ ଅତିଷ୍ଠ କଲାଣି। ତୈଳଦର ବୃଦ୍ଧି ପାଇ ୧୦୦କୁ ଛୁଇଁ ଥିଵା ବେଳେ ଜାଳେଣି ଗ୍ୟାସ୍ ଦର ୧୦୦୦ କୁ ଛୁଇଁବାକୁ ଯାଉଛି। ଯାହା ଫଳରେ ଗରିଵ ଗୃହିଣୀଙ୍କ ହାଣ୍ଡିଶାଳ ପାଇଁ ମହଙ୍ଗା ମାଡ ଲୋକଙ୍କୁ ଵାଧିଛି।ଉଜ୍ୱଳା ଯୋଯନାରେ ସଂଯୋଗ ନେଇଥିବା ଗୃହିଣୀମାନେ ଏଥିପାଇଁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଗତ ତିନିମାସ ମଧ୍ୟରେ ଗ୍ୟାସ୍ ଦର ୭୫ ଟଙ୍କା ବୃଦ୍ଧି କରାଯାଇଥିଵାରୁ ସଂଯୋଗ ନେଇଥିବା ଗ୍ରାହକ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୈଳ ଓ ରନ୍ଧନ ଗ୍ୟାସ୍ ର ଦରବୃଦ୍ଧି ଯୋଗୁ ଗ୍ରାମାଞ୍ଚଳରେ ବିଜେପି ଉପରେ ଏହାର ସିଧାସଳଖ ପ୍ରଭାଵ ପଡିଵ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି। ଓଡ଼ିଶା ସମାଚାର