Monday , March 27 2023
Breaking News
Home / ବିଶେଷ / ଵାହାଘରର ଅଷ୍ଟ ମଙ୍ଗୁଳା ଦିନ କରୋନା ଆକ୍ରାନ୍ତ ହୋଇ ୩ ମାସର ଇକମୋ ଚିକିତ୍ସା ସତ୍ୱେ ଆଉ ଘରକୁ ଫେରିଲେ ନାହିଁ ସିଭିଲ ଯୁଵ ଇଂଜିନିୟର ଅଭିଷେକ ମହାପାତ୍ର

ଵାହାଘରର ଅଷ୍ଟ ମଙ୍ଗୁଳା ଦିନ କରୋନା ଆକ୍ରାନ୍ତ ହୋଇ ୩ ମାସର ଇକମୋ ଚିକିତ୍ସା ସତ୍ୱେ ଆଉ ଘରକୁ ଫେରିଲେ ନାହିଁ ସିଭିଲ ଯୁଵ ଇଂଜିନିୟର ଅଭିଷେକ ମହାପାତ୍ର

କଟକ ସଦର, ୦୪/୦୯/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ଵାହାଘରର ୮ଦିନ ଅର୍ଥାତ୍ ଅଷ୍ଟମଙ୍ଗୁଳା ଦିନ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଚିକିତ୍ସା ହେଉଥିଵା ଵେଳେ ଆବଶ୍ୟକ ହେବାରୁ ଏୟାର ଲିଫ୍ଟ ଯୋଗେ ଇକମୋ ଚିକିତ୍ସା ପାଇଁ କଲିକତା ନିଆ ଯାଇଥିଵା ଯୁଵ ଇଂଜିନିୟର ଅଭିଷେକ ମହାପାତ୍ର ୩ ମାସର ଚିକିତ୍ସା ସତ୍ବେ ଘରକୁ ନଫେରି ସବୁଦିନ ପାଇଁ ଆଖି ଵୁଜି ଥିଵା ଦୁଃଖଦ ଖଵର ଜଣାପଡିଛି।

ପ୍ରକାଶ ଯେ ଓମାମ୍ ସିଭିଲ ଇଂଜିନିୟର ଭାଵେ କାର୍ୟ୍ୟ କରୁଥିବା ବାସୁଦେବପୁର ପୌରପାଳିକା ମନ୍ଦାରୀ ଗ୍ରାମର ଯଦୁନାଥ ମହାପାତ୍ରଙ୍କ ଏକମାତ୍ର ପୁଅ ଅଭିଷେକ ମହାପାତ୍ର ମାର୍ଚ୍ଚ ୫ ରେ ଘରକୁ ଆସି ମେଁ ୫ ରେ ମୌସୁମୀ ମହାନ୍ତି ଙ୍କୁ ବିବାହ କରିଥିଲେ। ଵାହାଘରର ଆଠ ଦିନ ପରେ ତାଙ୍କର କୋଭିଡ ପଜିଟିଭ୍ ଜଣାପଡିଵାରୁ ତାଙ୍କୁ ଭୂଵନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଏବଂ ଇକମୋ ଚିକିତ୍ସା ର ଆବଶ୍ୟକତା ଥିଵାରୁ ତାଙ୍କୁ ଏୟାରଲିଫ୍ଟ ଯୋଗେ କଲିକତାର ଏକ ଘରୋଇ ହସ୍ପିଟାଲକୁ ଯୁନ ୯ ରେ ନିଆଯାଇଥିଲା। ଏଥିପାଇଁ ଵହୁତ ଟଙ୍କାର ଆବଶ୍ୟକତା ଥିଵାରୁ ସ୍ୱ।ମୀଙ୍କ ଜୀବନ ବଞ୍ଚାଇବାକୁ ନବବିବାହିତା ପତ୍ନୀ ମୌସୁମୀ ମହାନ୍ତି ସାହାଯ୍ୟ ପାଇଁ ଵଦାନ୍ୟ ବ୍ୟକ୍ତି ଙ୍କୁ ସାମାଜିକ ଗଣମାଧ୍ୟମରେ ଆକୁଳ ନିବେଦନ କରିଥିଲେ। ଏଥିପାଇଁ ସାହାଯ୍ୟର ଅଭାବ ନଥିଲା ଵେଳେ ନିଷ୍ଠୁର କରୋନା ତାଙ୍କୁ ଵଞ୍ଚିଵାକୁ ଦେଲା ନାହିଁ। ଏହି ଦୁଃଖଦ ଖଵର ସାରା ରାଜ୍ୟକୁ ମ୍ରିୟମାଣ କରି ଦେଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.