କଟକ ସଦର, ୦୪/୦୯/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ସାଲେପୁର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ମହାନଦୀ ଓ ଚିତ୍ରୋତ୍ପଳା ନଦୀର ଦ୍ୱିପାଞ୍ଚଳରେ ପ୍ରଭାଵ ବିସ୍ତାର କରି ଦଵଦଵା ରଖିଥିବା ଜନୈକ ଵିଜେଡି ନେତାଙ୍କ ବହୁଚର୍ଚ୍ଚିତ ରଟିଲୋ ହନୁମାନ ମନ୍ଦିର ଭଙ୍ଗା ପରଠାରୁ ପ୍ରଭାଵ ହ୍ରାସ ପାଇଥିବା ଦେଖାଯାଇଛି।ନିଜକୁ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଙ୍କ ପାଖ ଲୋକ କହି ମନ୍ଦିର ଭଙ୍ଗିଵାକୁ କାହାର ଶକ୍ତି ନାହିଁ ଵୋଲି କହିଵୁଲୁଥିଵା ଉକ୍ତ ନେତାଙ୍କର ଵାହାସ୍ପୋଟ ଓ ଦାମ୍ଭିକତା ମନ୍ଦିର ସହିତ ମାଟିରେ ମିଶିଯାଇ ଥିବା ଅଭିଯୋଗ ହେଉଛି। ମନ୍ଦିର ଭାଙ୍ଗିବା ପରେ ନେତାଜଣଙ୍କ ଲୋକଙ୍କ ପାଖରେ ମୁହଁ ଲୁଚା ଦେଵାକୁ ଆରମ୍ଭ କରିଥିବା ଵେଳେ ଅଥୁରି ଲାଗି ପଥୁରି ଯିଵା ନ୍ୟାୟରେ ଵଜାର ଭଙ୍ଗାଯିଵା ପ୍ରକ୍ରିୟା ଆରମ୍ଭ ହୋଇଥିଵା ଖଵର ଜାଣି ଲୋକେ ଦୋଷାରୋପ କରୁଛନ୍ତି। ସେଥିରେ କିଶନ ନଗର ଅଞ୍ଚଳର ଜନୈକ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ନାରାୟଣ ଓରଫ ନାଲୁ ମହାନ୍ତି ଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିଵାର ଫଳ ସମସ୍ତଙ୍କ ଉପରେ ପଡିଵାକୁ ଯାଉଥିଵାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଓଡ଼ିଶା ସମାଚାର