Saturday , April 1 2023
Breaking News
Home / ବିଶେଷ / ରଟିଲୋ ହନୁମାନ ମନ୍ଦିର ଭଙ୍ଗା ପରେ ସପକ୍ଷ ଵିପକ୍ଷ ଗୋଷ୍ଠୀ ମୁହାଁମୁହିଁ,୨ ମାମଲା

ରଟିଲୋ ହନୁମାନ ମନ୍ଦିର ଭଙ୍ଗା ପରେ ସପକ୍ଷ ଵିପକ୍ଷ ଗୋଷ୍ଠୀ ମୁହାଁମୁହିଁ,୨ ମାମଲା

କଟକ ସଦର, ୦୪/୦୯/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ରଟିଲୋ ଠାରେ ବିବାଦୀୟ ଓ ବହୁଚର୍ଚ୍ଚିତ ପଞ୍ଚମୂଖୀ ହନୁମାନ ମନ୍ଦିର ଗତ ଗୁରୁବାର ଦିନ ଭଙ୍ଗାଯିଵା ପରେ ସେଠାରେ ସପକ୍ଷ ଓ ଵିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ଏଥିରେ ଆଜି ଶନିବାର ପୂର୍ବାହ୍ନରେ ଦୁଇଗୋଷ୍ଠୀ ମୁହାଁ ମୁହିଁ ହୋଇ ମାରପିଟ୍ ହୋଇଥିଲେ। ଏଥିରେ ତିନିଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଵେଳେ ଉଭୟ ଗୋଷ୍ଠୀଙ୍କ ଅଭିଯୋଗ ଉପରେ ଥାନାରେ ୧୨୦/୨୦୨୧ ଓ ୧୨୧/୨୦୨୧ ରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ସୋଇଥିବା ଜଣାପଡ଼ିଛି। ଆଗକୁ ପରିସ୍ଥିତି ଉଗ୍ରରୂପ ନେଵାର ସମ୍ଭାବନା ଥିଵାରୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.