Tuesday , October 3 2023
Breaking News
Home / ରାଜନୀତି / ବିଧାୟକଙ୍କ କୁଶପୁତଳିକା ଦାହ ବିଜେପିର ହୀନ ରାଜନୀତି – ମହେନ୍ଦ୍ର

ବିଧାୟକଙ୍କ କୁଶପୁତଳିକା ଦାହ ବିଜେପିର ହୀନ ରାଜନୀତି – ମହେନ୍ଦ୍ର

କେନ୍ଦ୍ରାପଡ଼ା, ୦୪/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଧାୟକଙ୍କ କୁଶପୁତଳିକା ଦାହ ବିଜେପିର ହୀନ ରାଜନୀତି ବୋଲି ଜିଲ୍ଲା ଯୁବ ବିଜେଡି ଉପସଭାପତି ମହେନ୍ଦ୍ର କୁମାର ମିଶ୍ର କହିଛନ୍ତି । ଏଥିସହିତ ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । କେନ୍ଦ୍ରାପଡାର ବିଧାୟକ ଶଶିଭୂଷଣ ବେହେରାଙ୍କ ଲୋକପ୍ରିୟତାକୁ ସହି ନପାରି ବିଜେପି ପକ୍ଷରୁ ନାନା ପ୍ରକାର କୁସôାରଟନା କରାଯାଉଛି । ଜନୈକ ବ୍ୟକ୍ତିଙ୍କର ବିଧାୟକ ଶ୍ରୀ ବେହେରାଙ୍କ ସହ କୌଣସି ସମ୍ପର୍କ ନଥିବା ବେଳେ ବିଜେପି ତାଙ୍କୁ ଅଯଥାରେ ବଦନାମ କରିବାକୁ ଚେଷ୍ଟା କରିବା ସହିତ ତାଙ୍କ ନାମରେ ମିଥ୍ୟା କଳଙ୍କ ବୋଳିବାକୁ ଚେଷ୍ଟା କରୁଛି । ବିଜେପି ପକ୍ଷରୁ ବିଧାୟକ ଶ୍ରୀ ବେହେରାଙ୍କ କୁଶପୁତଳିକା ପୋଡିବା ଘଟଣାକୁ ଜିଲ୍ଲା ଯୁବ ବିଜେଡି ଉପସଭାପତି ଶ୍ରୀ ମିଶ୍ର ଓ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ମହେଶ ପାଢୀ କଜଳା ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ ନିନ୍ଦା କରିଛନ୍ତି । ଯଦି ଏଭଳି ଭାବରେ ବିଜେପି ଆଗାମୀ ଦିନରେ କାର୍ଯ୍ୟ କରେ ତେବେ ବିଜେଡି ପକ୍ଷରୁ ଏହାର ଦୃଢ ଜବାବ ଦିଆଯିବ ବୋଲି ଉଭୟ କହିଛନ୍ତି ।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *