Saturday , April 1 2023
Breaking News
Home / ତାଜା ଖବର / ବିଧାନସଭା ଚାଲିଥିବା ବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅସୁସ୍ଥ ହୋଇଥିବାର ସୂଚନା

ବିଧାନସଭା ଚାଲିଥିବା ବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅସୁସ୍ଥ ହୋଇଥିବାର ସୂଚନା

ଭୁବନେଶ୍ୱର,୦୪/୦୯/୨୦୨୧(ଓଡ଼ିଶା ସମାଚାର)- ବିଧାନସଭା ଚାଲିଥିବା ବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅସୁସ୍ଥ ହୋଇଥିବାର ସୂଚନା ମିଳିଛି । ବାଚସ୍ପତିଙ୍କ ପୋଡ଼ିୟମ ତଳେ ଚେୟାର ଉପରେ ଚଢି ତାରା ପ୍ରତିବାଦ କରୁଥିଲେ । ଏହି ସମୟରେ ତାରା ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ସହଯୋଗୀ ବିଧାୟକ ତାଙ୍କୁ ପାଣି ପିଇବାକୁ ଦେଇ ଚେୟାରରେ ବସାଇଥିଲେ । ବାଚସ୍ପତିଙ୍କ ନିର୍ଦେଶ କ୍ରମେ ତାରାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଯାଞ୍ଚ ପାଇଁ ବିଧାନସଭାର ଲବିକୁ ଆସି ଡାକ୍ତର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.