Tuesday , September 28 2021
Breaking News
Home / ନିର୍ବାଚନ / ପିପିଲି ଉପନିର୍ବାଚନ ସେପ୍ଟେମ୍ବର ୩୦ରେ

ପିପିଲି ଉପନିର୍ବାଚନ ସେପ୍ଟେମ୍ବର ୩୦ରେ

ଭୁବନେଶ୍ୱର,୦୪/୦୯/୨୦୨୧(ଓଡ଼ିଶା ସମାଚାର)- ସେପ୍ଟେମ୍ବର ୩୦ରେ ହେବ ପିପିଲି ଉପନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । କରୋନା ପାଇଁ ସ୍ଥଗିତ ଥିଲା ନିର୍ବାଚନ । ଆସନ୍ତା ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ଖବର ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ପିପିଲି ଆସନ । ଏହାପରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା । କିନ୍ତୁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା କିଛି ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା । ଏହାପରେ ବି ନିର୍ବାଚନକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା । ପୁଣି ନିର୍ବାଚନ କରିବାକୁ ସମସ୍ତ ଦଳ ପ୍ରସ୍ତୁତି କରୁଥିବା ବେଳେ ରାଜ୍ୟରେ କରୋନା ସଂକ୍ରମଣ ଲାଗି ଉପନିର୍ବାଚନ ଉପରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଲେ ନିର୍ବାଚନ କମିଶନର । ଏବେ କରୋନା ସଂକ୍ରମଣ କମିବା ପରେ ପୁଣି ଥରେ ନିର୍ବାଚନ କରିବାକୁ ନିର୍ବାଚନ କମିଶନର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏହାପରେ ଅକ୍ଟୋବର ୩ତାରିଖରେ ପିପିଲି ନିର୍ବାଚନ ଲାଗି ଭୋଟ ଗଣତି ହେବ । ସେହି ଦିନ ହିଁ ଭୋଟ ଫଳାଫଳ ଘୋଷଣା କରିବେ ନିର୍ବାଚନ କମିଶନର । ତେବେ ଏହି ନିର୍ବାଚନ ପାଇଁ ନାମାଙ୍କନ ଆଉ ହେବ ନାହିଁ । ଯେଉଁମାନେ ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି , ସେହିମାନେ ପ୍ରାର୍ଥୀ । କୋଭିଡ଼ କଟକଣା ମଧ୍ୟରେ ଭୋଟ ପ୍ରଚାର ଠାରୁ ଆରମ୍ଭ କରି ଭୋଟ ସଭା ସମିତି ଉପରେ କଟକଣା ଜାରି କରାଯାଇଛି । ଆଜି ଠାରୁ ଆଦର୍ଶ ଆଚରଣ ବିଧି ଲଙ୍କଜ୍ଞର ହୋଇଛି । ଘରକୁ ଘର ବୁଲି ପ୍ରାର୍ଥିମାନେ ନିର୍ବାଚନ ପ୍ରଚାର କରିବା ସମୟରେ ପ୍ରାର୍ଥିଙ୍କ ସହିତ ୫ ଜଣ ସମର୍ଥକ ବା କର୍ମୀ ରହି ପାରିବେ । ଭୋଟ ଗ୍ରହଣ କେନ୍ଦ୍ରରେ ହାତ ଧୋଇବା, ସାନିଟାଇଜ ବ୍ୟବସ୍ଥା ସହ ମାସ୍କ ବାଧ୍ୟତାମୂଳକ ରହିବ । ବିଜେଡ଼ି ରୁ ରୁଦ୍ର ମହାରଥୀ, ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପକ୍ଷରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ ।ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଭାରତବନ୍ଦର  ପ୍ରଭାବ

 ସାଲେପୁର୨୭/୦୯/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଆଜି ସାଲେପୁର ରେ ଭାରତବନ୍ଦ ର ପ୍ରଭାବ  ଦେଖିବାକୁ ମିଳିଛି । କୃଷି …

Leave a Reply

Your email address will not be published. Required fields are marked *