Monday , November 29 2021
Breaking News
Home / ବିଶେଷ / ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ : ଏକଶହ ବୋତଲ ନକଲି ବିଦେଶୀ ମଦ ଜବତ

ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ : ଏକଶହ ବୋତଲ ନକଲି ବିଦେଶୀ ମଦ ଜବତ

କେନ୍ଦ୍ରାପଡ଼ା,୦୪/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଚଢାଉ କରାଯାଇ ଏକଶହ ବୋତଲ  ନକଲି ବିଦେଶୀ ମଦ  ଜବତ କରାଯିବା ସହ ଚୋରା ମଦ ବେପାରୀକୁ ଗିରଫ କରାଯାଇଥିବା ଜଣାପଡିଛି ।  ଏକ ବିଶେଷ ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ସୁବନ ନାୟକଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ଅବକାରୀ ଇନସପେକ୍ଟର କାଳନ୍ଦି ଚରଣ ବେହେରା ଶୁକ୍ରବାର ନିକିରାଇ ଥାନା ଅନ୍ତର୍ଗତ ବାରୋ ଗ୍ରାମର ନିରଞ୍ଜନ ଦାସଙ୍କ ପୁଅ ଶ୍ରୀଧର ଦାସ(୩୮)ଙ୍କ ଘର ଉପରେ ଚଢାଉ କରିଥିଲେ ।  ଶ୍ରୀଧରଙ୍କ ପାଖରୁ ଏକଶହ ବୋତଲ ନକଲି ବିଦେଶୀ ମଦ ସମେତ ଏକ ପ୍ଲାଷ୍ଟିକ ଜାରରେ ଥିବା ୫ଲିଟର ନକଲି ବିଦେଶୀ ମଦ, ଏକଶହ ୨୦ଟି ଠିପି ଓ ୪୩ଟି ଖାଲି ବୋତଲ ଅବକାରୀ ବିଭାଗ ଜବତ କରିବା ସହ ଅଭିଯୁକ୍ତ ଚୋରାମଦ ବେପାରୀ ଶ୍ରୀଧରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏହି ଚଢାଉରେ ପଟ୍ଟାମୁଣ୍ଡାଇ ଅବକାରୀ ଇନସପେକ୍ଟର କମଳ ଲୋଚନ ପାଇକରାୟ, ଏ.ଏସ.ଆଇ. ନିରୂପମା ସାହୁ, କନେଷ୍ଟବଳ ଜଗନ୍ନାଥ ବେସ୍ରା ଓ ଦେବକାନ୍ତ ଆଚାର୍ୟ୍ୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାଥମିକ ଶିକ୍ଷା ସଚେତନତା ପାଇଁ ଗୁଞ୍ଜରଣ ଯାତ୍ରା

ବାଲିଗୁଡା,୨୮/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ତରୀୟ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା …

Leave a Reply

Your email address will not be published. Required fields are marked *