Thursday , July 7 2022
Breaking News
Home / ବିଶେଷ / କଳାକାରଙ୍କ ଜୀବନ ଜୀବିକାର ପୁନରୁଦ୍ଧାର ପାଇଁ ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିରେ କେନ୍ଦ୍ରାପଡା ସାଂସଦ

କଳାକାରଙ୍କ ଜୀବନ ଜୀବିକାର ପୁନରୁଦ୍ଧାର ପାଇଁ ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିରେ କେନ୍ଦ୍ରାପଡା ସାଂସଦ

କେନ୍ଦ୍ରାପଡ଼ା,୦୪/୦୯/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ଅଗଣିତ ମଂଚ ଓ ସଙ୍ଗୀତ କଳାକାରମାନଙ୍କ ଜୀବନ ଜୀବିକାର ପୁନରୁଦ୍ଧାର ପାଇଁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ନିଖିଳ ଓଡିଶା ମୁ୍ୟଜିକ ଆର୍ଟିଷ୍ଟ ୱେଲଫେୟାର ଆସୋସିଏସନ (ଓମାୱା)ପକ୍ଷରୁ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ନିବେଦନ ପତ୍ର ପ୍ରଦାନ କରାଯାଇ ତାହାର ନକଲ ସାଂସଦ ଶ୍ରୀ ମହାନ୍ତିଙ୍କୁ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା । ସାଂସଦ ଶ୍ରୀ ମହାନ୍ତି ନିଜେ ଜଣେ କଳାକାର ହୋଇଥିବାରୁ ସେ କଳାକାରମାନଙ୍କ ପରିସ୍ଥିତିକୁ ଉପଲବ୍ଧି କରି ନିଜର ଦାୟିତ୍ୱବୋଧ ଓ ମାନବିକତା ଦୃଷ୍ଟିରୁ କଳାକାରମାନଙ୍କ ଦୁର୍ଦ୍ଧିନ ସମୟରେ ସେମାନଙ୍କୁ ସରକାରୀ ସହାୟତା ଯୋଗଇ ଦେବା ପାଇଁ ସଂସ୍କୃତି ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏଥି ସହିତ ସାଂସଦ ଶ୍ରୀ ମହାନ୍ତି ନିବେଦନ ପତ୍ରର ନକଲ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନାଙ୍କୁ ପଠାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଥିବା ଜଣାପଡିଛି । ସାଂସଦ ଶ୍ରୀ ମହାନ୍ତିଙ୍କ ବିଶାଳ ହୃଦୟ ଓ ଉଚ୍ଚକୋଟିର କଳାକାର ପଣିଆର ଏହା ଜ୍ୱଳନ୍ତ ଉଦାହରଣ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

କଳାକାର ଚୟନ ପ୍ରକ୍ରିୟାରୁ ବାଦ ପଡିଲେ ସଂକୀର୍ତନ ମଣ୍ଡଳୀ କଳାକାର : କଳାକାର ମହଲରେ ଅସନ୍ତୋଷ

କନ୍ଧମାଳ,୦୭/୦୭/୨୨(ଓଡିଶା ସମାଚାର/)ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଇ-ରେଜିଷ୍ଟେସନ  ମାଧ୍ୟମରେ କନ୍ଧମାଳ ଜ଼ିଲ୍ଲା …

Leave a Reply

Your email address will not be published. Required fields are marked *