Sunday , July 3 2022
Home / ବିଶେଷ / କର୍କଟ ପିଡିତ ଶ୍ରୀମନ୍ତଙ୍କୁ ସହାୟତା ପାଇଁ ନିବେଦନ

କର୍କଟ ପିଡିତ ଶ୍ରୀମନ୍ତଙ୍କୁ ସହାୟତା ପାଇଁ ନିବେଦନ

କେନ୍ଦ୍ରାପଡ଼ା,୦୪/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଭରତପୁର ଗ୍ରାମର ୬୨ବର୍ଷୀୟ ଶ୍ରୀମନ୍ତ କୁମାର ଦାସ(ଗଗନ) ଗଳା କର୍କଟ ରୋଗରେ ପିଡିତ ଥାଇ କଟକସ୍ଥିତ ହରିହର ଆଂଚଳିକ କର୍କଟ କେନ୍ଦ୍ର ପରିସରରେ ଥିବା ଧର୍ମଶାଳାର ବେଡ ନମ୍ବର-୩୬ରେ ରହି ଚିକିତ୍ସାଧିନ ଅଛନ୍ତି । ଜୀବନ ମରଣ ସହ ସଂଗ୍ରାମ କରୁଥିବା  ଶ୍ରୀମନ୍ତ ଜଣେ ଭୂମିହୀନ,  ଗରୀବ ଦିନମଜୁରିଆ ଶ୍ରେଣୀର ଲୋକ । ତାଙ୍କର ଚିକିତ୍ସା ନିମନ୍ତେ ଅର୍ଥର ଆବଶ୍ୟକ ଥିବା ବେଳେ ଅର୍ଥାଭାବରୁ ସେ ଉପଯୁକ୍ତ ଚିକିତ୍ସା ପାଇ ପାରୁ ନାହାନ୍ତି । ଜିଲ୍ଲାପାଳଙ୍କ ନିକଟରେ ଆର୍ଥିକ ସହାୟତା ନିମନ୍ତେ ତାଙ୍କ ପରିବାର ପକ୍ଷରୁ ଆବେଦନ କରାଯାଇଥିଲେ ବି ଦୁଇ ମାସରୁ ଉଦ୍ଧ୍ୱର୍ ବିତି ଯାଇଥିଲେବି ତାଙ୍କୁ କୌଣସି ସରକାରୀ ସହାୟତା ଅଦ୍ୟାବଧି ପ୍ରଦାନ କରାଯାଇନାହିଁ । କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ମୋବାଇଲ ନମ୍ବର- ୯୫୮୩୯୪୫୪୭୯ରେ ଯୋଗାଯୋଗ କରି କିମ୍ବା ଶ୍ରୀମନ୍ତଙ୍କ ପୁଅ ଶାରଦା ପ୍ରସାଦ ଦାସଙ୍କ ନାମରେ ଶ୍ୟାମସୁନ୍ଦରପୁର କାନାରା ବ୍ୟାଙ୍କ ଶାଖାରେ ସଂଚୟ ଜମା ଖାତା ନମ୍ବର -୪୯୭୧୧୦୧୦୦୧୨୭୮ରେ (ଆଇ.ଏଫ.ଏସ.ସି. କୋଡ – ସି.ଏନ.ଆର.ବି. ୦୦୦୪୯୭୧)ଏକ ଜମାଖାତା ମାଧ୍ୟମରେ ଯେ କୌଣସି ସହୃଦୟ ବ୍ୟକ୍ତି ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି ଶ୍ରୀମନ୍ତ । ଓଡ଼ିଶା ସମାଚାର

About admin

Check Also

ଇଣ୍ଡିଆବୁକ ଅଫ ରେକର୍ଡ ସ୍ଥାନ ପାଇଲେ ପ୍ରଚେତା

ଜୁନାଗଡ଼ , ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ପ୍ରଚେତା …

Leave a Reply

Your email address will not be published. Required fields are marked *