Wednesday , December 8 2021
Home / ତାଜା ଖବର / ୮୦ ଗ୍ରାମ ବ୍ରାଉନସୁଗାର ଜବତ , ୨ ଗିରଫ

୮୦ ଗ୍ରାମ ବ୍ରାଉନସୁଗାର ଜବତ , ୨ ଗିରଫ

କଟକ,୦୩/୦୯/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଜଗତପୁର ଥାନା ପୋଲିସ ସ୍ଥାନୀୟ ଖଇରା ପୋଲ ନିକଟରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଉଛନ୍ତି ପଦ୍ମପୁର ଉର୍ଦ୍ଧୁବଜାରର ମନୋରଂଜନ ବେହେରା(୨୭) ଓ ବସନ୍ତ ଦଳେଇ (୨୭) । ସେମାନଙ୍କ ନିକଟରୁ ୮୦ ଗ୍ରାମ ବ୍ରାଉନସୁଗାର, ୨ ଟା ମୋବାଇଲ ଫୋନ୍,ଏକ ଟିଭିଏସ ଆପାଚି ନଂ ଓଡ଼ି୦୫ଏଡ଼ି୮୫୧୪ ଓ ନଗଦ ୧୬୦୫ ଟଙ୍କା ଜବତ କରାଯାଇଛି । ଜବତ ବ୍ରାଉନସୁଗାର ର ମୂଲ୍ୟ ୮ ଲକ୍ଷ ଟଙ୍କା ଆକଳନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *