Monday , March 27 2023
Breaking News
Home / ବିଶେଷ / ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ :ଉଚ୍ଚ ସ୍ତରୀୟ ତଦନ୍ତ ଦାବି

ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ :ଉଚ୍ଚ ସ୍ତରୀୟ ତଦନ୍ତ ଦାବି

କିଶନନଗର, ୦୩ /୦୯ /୨୧ (ଓଡିଶା ସମାଚାର/ ଅଭୟ ଜେନା ) – କଟକ ଓ ଜଗସିଂହପୁର ଜିଲ୍ଲା ଅନ୍ତର୍ଗତ ରାସ୍ତା ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗ ଯୋଜନା ଅନୁସାରେ ଜଗତସିଂହପୁର ଗାନ୍ଧୀ ଛକରୁ ଭାୟା ରଘୁନାଥପୁର ଏବଂ ଶିର୍ଲୋ ନୁଆଗାଁ ପର୍ୟ୍ୟନ୍ତ ରାସ୍ତା ନିର୍ମାଣ କାର୍ୟ୍ୟ ଅନୁମୋଦିତ ହୋଇଥିଲା । ବର୍ତ୍ତମାନ ଦେଖିବାକୁ ମିଳୁଛି ପ୍ରଥମ ପର୍ୟ୍ୟାୟରେ ସିର୍ଲୋ ମହାନଦୀ ବନ୍ଧ ଠାରୁ ରଘୁ ନାଥପୁର ମୁଖ୍ୟ ରାସ୍ତା ପର୍ୟ୍ୟନ୍ତ ହୋଇଥିବା ରାସ୍ତା କାମ ନିର୍ମାଣର ବର୍ଷେ ନପୁରୁଣୁ କେଉଁଠି ପିଚୁ ଉଠିଲାଣି ତ କେଉଁଠି ଢଳେଇ ଉପୁଡି ଗଲାଣି,କେଉଁଠି ରାସ୍ତା ଉପରେ ଖାଲ ଖମା ତ କେଉଁଠାରେ ମାଟି ଧସି ଗଲାଣି, ଆଗକୁ ଏହି ରାସ୍ତା ବ୍ୟବହାର ଅନୁପଯୋଗୀ ହେବାର ସମ୍ଭାବନା ରହିଛି ।
କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ରାସ୍ତା କାର୍ୟ୍ୟରେ ହୋଇଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଦାବି କରିବା ସହ ଜନସାଧାରଣ ଙ୍କ ସୁବିଧା ପାଇଁ ତୁରନ୍ତ ରାସ୍ତା ପୁନଃ ନିର୍ମାଣ କରାଯିବାକୁ ବିଭାଗୀୟ କର୍ତୃପକ୍ଷ ଙ୍କ ନିକଟରେ ଦାବି କରିଛନ୍ତି ।ଓଡ଼ିଶା ସମାଚାର

Leave a Reply

Your email address will not be published.