Wednesday , December 8 2021
Home / ବିଶେଷ / ରଟିଲୋ ମହାନଦୀ ପଠାରେ ଏକ କୋଟିରୁ ଉର୍ଦ୍ଧ୍ବ ସରକାରୀ ଅନୁଦାନ ଖର୍ଚ୍ଚର ତଦନ୍ତ ହୋଇ କ୍ଷତି ଭରଣା ସଂପୃକ୍ତ ଅଧିକାରୀଙ୍କ ଠାରୁ କରାଯିଵାକୁ ଦାଵି

ରଟିଲୋ ମହାନଦୀ ପଠାରେ ଏକ କୋଟିରୁ ଉର୍ଦ୍ଧ୍ବ ସରକାରୀ ଅନୁଦାନ ଖର୍ଚ୍ଚର ତଦନ୍ତ ହୋଇ କ୍ଷତି ଭରଣା ସଂପୃକ୍ତ ଅଧିକାରୀଙ୍କ ଠାରୁ କରାଯିଵାକୁ ଦାଵି

କଟକ ସଦର, ୦୩/୦୯/୨୦୨୧(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ ତଥା ସାଲେପୁର ବ୍ଲକ୍ ଅଧୀନସ୍ଥ ରଟିଲୋ ମହାନଦୀ ପଠାରେ ସରକାରୀ ଅନୁଦାନରେ ନିର୍ମାଣ କରାଯାଇଥିଵା ହନୁମାନ ମନ୍ଦିର ସହିତ ଆହୁରି ଅନେକ ବେଆଇନ ନିର୍ମାଣକୁ ଏନ୍ ଜି ଟିଙ୍କ ନିର୍ଦଶରେ ଉଛେଦ କରାଯାଇଛି। ହେଲେ ଏକ ନଦୀ ପଠାରେ ବେଆଇନ ନିର୍ମାଣ ପାଇଁ ସାଲେପୁର ବ୍ଲକ୍ ପ୍ରଶାସନ କିପରି, କାହିଁକି ଓ କାହା ସ୍ୱାର୍ଥରେ ଆଖିବୁଜି କାର୍ଯ୍ୟ କରାଇଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏଠାରେ ଖର୍ଚ୍ଚ ହୋଇଥିଵା ଏକ କୋଟିରୁ ଉର୍ଦ୍ଧ୍ବ ସରକାରୀ ଟଙ୍କା ପାଣିରେ ପଡ଼ିଥିବା ବେଳେ ଏହି କ୍ଷତିର ଭରଣା ସଂପୃକ୍ତ ଅଧିକାରୀଙ୍କ ଦ୍ବାରା ଭରଣା କରାଯିଵାକୁ ଦାଵି ଯୋର ଧରିଛି। ଏନ୍ ଜି ଟିରେ ମାମଲା ଚାଲିଥିବା ସତ୍ୱେ ସଵୁ ଆଇନ୍ କାନୁନ୍ କୁ ଅଣଦେଖା କରି ବ୍ଲକ ପ୍ରଶାସନ ଅନେକ କାର୍ଯ୍ୟ କରାଉଥିଲେ ବୋଲି ଅଭିଯୋଗ ହେଉଛି। ଏହି କ୍ଷତିର ଭରଣା ପାଇଁ କୈ।ଣସି ବ୍ୟକ୍ତି ଅଦାଲତର ଦ୍ୱ।ରସ୍ଥ ହୋଇ ପାରନ୍ତି ଵୋଲି ଚର୍ଚ୍ଚା ଯୋର ଧରିଛି। ଅନ୍ୟ ପକ୍ଷରେ ଏହି ଜବରଦଖଲ ସ୍ଥଳ ଉଛେଦ ପାଇଁ ପ୍ରଶାସନ ପକ୍ଷରୁ ଯେଉଁଭଳି ପଦକ୍ଷେପ ନିଆଗଲା ତାହା ରାଜ୍ୟର ଅନ୍ୟ କୌଣସି ଠାରେ ହେଇଥିବା ମନେ ହେଉ ନାହିଁ। ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *