ଗରଦପୁର,୦୩/୦୯/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକସ୍ଥିତ ଶିତଳପାଟଣା ଗ୍ରାମର ମା ଗଜଲକ୍ଷ୍ମୀ ଟ୍ରଷ୍ଟ ତରଫରୁ ନିକଟସ୍ଥ ଇନତାଲାପୁର ଗ୍ରାମର ଧୃବ ନାୟକଙ୍କ ପୁତ୍ର ଜ୍ଞାନରଂଜନ ନାୟକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୂଚନା ଥାଉକି ଜ୍ଞାନରଂଜନ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ । ଏକ ସଡ଼କ ଦୂର୍ଘଟଣାରେ ପିଡ଼ିତ ହୋଇ ଗତ କିଛି ଦିନ ହେଲା ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଉଛନ୍ତି । ଟ୍ରଷ୍ଟର କର୍ମକର୍ତାମାନେ ଏହି ଖବର ଜାଣିଲା ପରେ ତାଙ୍କ ଘରେ ପହଂଚି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥି ସହିତ ଅନ୍ୟ ଅନଷ୍ଠାନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ତାଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଟ୍ରଷ୍ଟ ତରଫରୁ ମଧ୍ୟ ନିବେଦନ କରାଯାଇଛି । ଓଡ଼ିଶା ସମାଚାର