କଟକ ସଦର, ୦୩/୦୯/୨୦୨୧(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ବହୁଚର୍ଚ୍ଚିତ ମହାନଦୀ ପଠାରେ ନିର୍ମିତ ପଞ୍ଚମୂଖୀ ହନୁମାନ ମନ୍ଦିର ସହିତ ଅନ୍ୟାନ୍ୟ ବେଆଇନ ନିର୍ମାଣକୁ ଉଛେଦ କରାଯିଵା ପରେ ଏଵେ ସେହି ନଦୀ ଵନ୍ଧରେ ଥିଵା ଦୋକାନ ଵଜାର ଭଙ୍ଗା ଯିଵାକୁ ପ୍ରାସାସନିକ ସ୍ଥରରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। ଉକ୍ତ ନଦୀ ବନ୍ଧରେ ଗଢି ଉଠିଥିଵା ଦୋକାନ ବଜାର ପାଇଁ ରାସ୍ତା ସଂକୁଚିତ ହୋଇ ଥିଵାରୁ ଜାନଵାହାନ ଚଳାଚଳ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇ ଆସୁଥିଲା।ଏହାକୁ ଦୃଷ୍ଟିରେ ରଖି ଏହାର ସରଜମିନ ତଦନ୍ତ କରି ତହସିଲଦାର ଙ୍କୁ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ଜଳସଂପଦ ଵିଭାଗକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ବେଳେ ରିପୋର୍ଟ ମିଳିଵା ପରେ ନୋଟିସ ଜାରି କରାଯାଇ ଉଛେଦ କାର୍ଯ୍ୟ କରାଯିଵ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଛି। ମନ୍ଦିର ଭଙ୍ଗା ଦିନ ଵଜାରରେ ନିର୍ମାଣଧୀନ ଦୁଇଟି ଦୋକାନ ଘରକୁ ପ୍ରଶାସନ ଭାଙ୍ଗି ଦେଇ ଉଛେଦ ପ୍ରକ୍ରିୟାର ଅୟମାରମ୍ଭ କରିଥିଵା ଜଣାଯାଇଛି।ଅଥୁରି ଲାଗି ପଥୁରି ଯାଉଥିବା ଯୋଗୁ ଦୋକିନୀଙ୍କ ମଧ୍ୟରେ ଛନକା ପଶିଛି। ଓଡ଼ିଶା ସମାଚାର