ଗରଦପୁର,୦୩/୦୯/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧାସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ରେ ସ୍ୱାଧୀନତାର ୭୫ବର୍ଷ ପୂର୍ତି ଉପଲକ୍ଷେ ଆଜାଦିକା ଅମି୍ରତ ମହୋତ୍ସବ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ବ୍ୟାଙ୍କ ପରିସରରେ ଆୟୋଜିତ ଉତ୍ସବରେ ଅଂଚଳର ୫ ଜଣ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏଥିପାଇଁ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଶାଖା ପରିଚାଳକ ଶିବାନନ୍ଦ ଦାଶ ସଭାପତିତ୍ୱ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ସରପଂଚ ଅନୁଜ କୁମାର ମହାନ୍ତି ଯୋଗ ଦେଇଥିଲେ । ଉତ୍ସବରେ ଅଂଚଳର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଶିକ୍ଷକ ସର୍ବଶ୍ରୀ ବଟକୃଷ୍ଣ ସେଠୀ,ପ୍ରହଲାଦ ଚନ୍ଦ୍ର ମଲିକ,ଶରତ ଚନ୍ଦ୍ର ଜେନା,ଭାସ୍କର ପ୍ରସାଦ ସ୍ୱାଇଁ ଓ ପ୍ରଭାତ ଜେନାଙ୍କୁ ଉତରୀୟ, ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ବ୍ୟାଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସୁପ୍ରଭା ରାଉତ,ପ୍ରିୟରଂଜନ ରାଉତ,ଶ୍ରୀତମ ସାହୁ,ସୁନ୍ଦରମୋହନ ବିନ୍ଧାଣୀ,ଦୂର୍ଗା ଘଡ଼େଇ,ରମାକାନ୍ତ ସିଂ,ଝିଲିସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର