କଟକ ସଦର, ୦୩/୦୯/୨୦୨୧(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ରାଜ୍ୟ ଗୃହ ବିଭାଗ ପକ୍ଷରୁ ୫ଟି ଅଧିନରେ ପୁଲିସ ଅଧିକାରୀମାନେ ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ଦେଖାଇ ଥିବାରୁ ‘ମୂଖ୍ୟମନ୍ତ୍ରୀ ପଦକ’ ପାଇଵାକୁ ଯୋଗ୍ୟ ବିବେଚିତ ହୋଇଥିବା ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ କମିଶନରେଟ ପୋଲିସର ଅତିରିକ୍ତ ଡିସିପି ପ୍ରମୋଦ କୁମାର ରଥ,ଓପିସ୍ ୧, ଏବଂ ବିଡାନାସୀ ଥାନା ଭାରପ୍ରାପ୍ତ ନିରିକ୍ଷକ ପ୍ରଦୀପ କିଶୋର ନାୟକ ଏହି ସମ୍ମାନ ଜନକ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଵା ଜଣାଯାଇଛି।ଏହି ଖଵର ଜଣାପଡିଵା
ପରେ ଉଭୟଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି। ସେହିପରି ଶ୍ରୀ ରଥଙ୍କ ପାଇଁ ତାଙ୍କ ନିଜ ଜିଲ୍ଲା ଗର୍ବିତ ବୋଲି କେନ୍ଦୁଝରର ଜନୈକ ପୋଲିସ୍ ଅଧିକାରୀ ରଞ୍ଜନ ସେଠୀ କହିଛନ୍ତି।ଏହି ପଦକ ରାଜ୍ୟ ର ୬୪ ଜଣ ପୋଲିସ ଅଧିକାରୀ ଙ୍କୁ ଦିଆଯିଵ ଵୋଲି ଜଣାପଡିଛି। ଓଡ଼ିଶା ସମାଚାର
Check Also
ଯଶସ୍ୱୀ ରାଜନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ୯୪ତମ ଜୟନ୍ତୀ ସମାରୋହ
ନିଷ୍ଠା, ଆନ୍ତରିକତା ଓ ପ୍ରତିବଦ୍ଧତା ଥିଲା ଭାଗବତବାବୁଙ୍କ ଶ୍ରେୟ – ବିଜୟ ପଟ୍ଟନାୟକ କେନ୍ଦ୍ରାପଡ଼ା, ୦୭/୦୭/୨୦୨୨(ଓଡ଼ିଶା ସମାଚାର)- ଜନତାଙ୍କ ସେବା …