Tuesday , December 7 2021
Home / ଶିକ୍ଷା / କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ଗରଦପୁର, ୦୩/୦୯/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତନ୍ମୟ କୁମାର ବେହେରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଧାନଶିକ୍ଷକଙ୍କ ପ୍ରକୋଷ୍ଠରେ କର୍ମଚାରୀମାନଙ୍କ ଉପସ୍ଥିତିରେ ନୂତନ ପ୍ରଧାନଶିକ୍ଷକ ନୃସିଂହ ଚରଣ ମଲ୍ଲିକ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ନୂତନ ପ୍ରଧାନଶିକ୍ଷକଙ୍କୁ ଶ୍ରୀ ବେହେରା ଅଭିନନ୍ଦନ ଜଣାଇବା ସହିତ ଦାୟିତ୍ୱ ଅର୍ପଣ କରିଥିଲେ । ପ୍ରକାଶଥାଉକି ଶ୍ରୀ ବେହେରା କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଥାଇ କିଛି ଦିନ ହେବ ମହାକାଳପଡା ବ୍ଲକ୍ ଶିକ୍ଷାଧିକାରୀ ଦାୟିତ୍ୱ ନିର୍ବାହ କରୁଥିଲେ । ତେଣୁ ତାଙ୍କୁ ବିଦ୍ୟାଳୟର  ପ୍ରଧାନଶିକ୍ଷକ ପଦବୀରୁ ଶିକ୍ଷାଧିକାରୀ ପଦବୀକୁ ପଦୋନ୍ନତି ମିଳିଥିବାରୁ ତାଙ୍କ ସ୍ଥାନରେ ଶ୍ରୀ ମଲ୍ଲିକଙ୍କୁ ପ୍ରଧାନଶିକ୍ଷକ ଭାବେ ଅବସ୍ଥାପିତ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ନୃସିଂହ ଚରଣ ସ୍ୱାଇଁ, ନରେନ୍ଦ୍ର ବିଶ୍ୱାଳ, ଅମିତ କୁମାର ସାହୁ, ସୌମେନ୍ଦ୍ର କୁମାର ସେଠୀ, ତୁଷାରକାନ୍ତ ସାହୁ, ଶିକ୍ଷୟିତ୍ରୀ ସଂଯୁକ୍ତା ନାୟକ, ଶଶ୍ମିତା ମଲ୍ଲିକ, ଶୁଭ୍ରାଲିନ୍ ଜେନା, ବିଦ୍ୟାଭାରତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ବାତ୍ୟା ପାଇଁ ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର, ୦୩/୧୨/୨୦୨୧(ଓଡ଼ିଶା ସମାଚାର)-ଶନିବାର ଠାରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, …

Leave a Reply

Your email address will not be published. Required fields are marked *