Monday , October 2 2023
Breaking News
Home / ସ୍ୱାସ୍ଥ୍ୟ / ଆସୁଛି କରୋନା ର ତୃତୀୟ ଲହର – କୋଭିଡ୍ ଗାଇଡ୍ ଲାଇନ୍ ପାରାଦୀପରେ ବାଟବଣା

ଆସୁଛି କରୋନା ର ତୃତୀୟ ଲହର – କୋଭିଡ୍ ଗାଇଡ୍ ଲାଇନ୍ ପାରାଦୀପରେ ବାଟବଣା

ପାରାଦୀପ ୦୩/୦୯/୨୦୨୧(ଓଡ଼ିଶା ସମାଚାର)- ସମଗ୍ର ଦେଶ କରୋନା ର ତୃତୀୟ ଲହର ଆଡକୁ ଅଗ୍ରସର ହେଉଥିବା ନେଇ ସୂଚାଇ ଦେଲେଣି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସମଗ୍ର ଦେଶବାସୀ କରୋନାର ଗାଇଡ୍ ଲାଇନ୍ ପାଳନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସମଗ୍ର ଦେଶ ରେ ଟୀକାକରଣ ଚାଲିଥିବା ବେଳେ ଏହା ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ । ଟୀକା କରଣ ର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ର ଟୀକାକରଣ ଚାଲିଥିବା ବେଳେ ଆମେରିକା, ଜାପାନ, ଫ୍ରାନସ୍ ଭଳି ଦେଶମାନଙ୍କ ରେ କରୋନା ତୃତୀୟ ଡୋଜ୍ ବା ବୁଷ୍ଟର ଡୋଜ୍ ପ୍ରଚଳନ କରିବାକୁ ନିଷ୍ପତି ନିଆଯାଉଛି । ଓଡିଶା ସରକାର ଙ୍କ ବ୍ୟାପକ ଉଦ୍ୟମ ଯୋଗୁଁ ରାଜ୍ୟ ରେ ଟୀକାକରଣ କ୍ଷିପ୍ରଗତି ରେ ଚାଲିଥିବା ଦେଖିବାକୁ ମିଳୁଛି । ଏପରି ସ୍ଥଳେ ମଝି ରେ ମଝି ରେ ଟୀକା ନ ଆସିବା କାରଣ ରୁ ବହୁ ସ୍ଥାନ ରେ ଟୀକାକରଣ ବନ୍ଦ ରହୁଥିବା ବେଳେ ସ୍ୱଳ୍ପ ସଂଖ୍ୟକ ଟୀକା ଆସିଥିବା ଟୀକାଦାନ କେନ୍ଦ୍ର ରେ ରାତି ରୁ ଲୋକମାନେ ଧାଡି ଦେଇ ରହୁଛନ୍ତି ଟୀକା ନେବା ପାଇଁ । ଲୋକମାନଙ୍କ ମଧ୍ୟ ରେ ଟୀକା ନେବା ପାଇଁ ଅହେତୁକ ଆଗ୍ରହ ଯୋଗୁଁ ଓଡିଶା ରେ ମୃତ୍ୟୁ ହାର ବହୁ ପରିମାଣ ରେ କମିଥିବା ରିପୋର୍ଟ ରୁ ଜଣା ପଡିଛିା
ଏପରିସ୍ଥଳେ କରୋନା କଟକଣା ରେ କୋହଳ ହେବା ପରେ ବନ୍ଦର ସହର ପାରାଦୀପ ର ଜନସାଧାରଣ ଆଦର୍ଶ କରୋନା କଟକଣା ପାଳନ କରୁ ନଥିବା ଦେଖିବାକୁ ମିଳିଛି । ବଜାର ଘାଟ ରେ କାହାରିକୁ ମାସ୍କ ପରିଧାନ କରିଥିବା ଆଉ ଦେଖିବାକୁ ମିଳୁନି । ପାରାଦୀପ ର ବିଭିନ୍ନ ଶିଳ୍ପ ସଂସ୍ଥା ମାନଙ୍କୁ କାମ କରିବାକୁ ଯାଉଥିବା ଶ୍ରମିକ କର୍ମଚାରୀମାନେ ଆଉ ମାସ୍କ ପିନ୍ଧି କାମ କୁ ଯାଉ ନଥିବା ଦେଖିବାକୁ ମିଳୁଛି । ଗୋଟିଏ ଗାଡି ରେ ଦୂରତା ବଜାୟ ରଖି କାମ କୁ ଯାଉଥିବା ଶ୍ରମିକ ମାନେ ଏବେ ଗାଡି ରେ ଭର୍ତି ହୋଇ ଯାଉଛନ୍ତି । ଗାଡି ରେ ସାମାଜିକ ଦୂରତା ନ ରହିବା କାରଣ ରୁ କରୋନା ର ତୃତୀୟ ଲହର କୁ ଖୋଲା ନିମନ୍ତ୍ରଣ କରୁଛନ୍ତି ବୋଲି ସାଧାରଣ ରେ ଆଲୋଚନା ହେଉଛି । ବଜାର ଘାଟ ଖୋଲିବା ପରେ ପାରାଦୀପ ର ରାସ୍ତା ରେ କି ବଜାର ରେ ଖୁବ୍ କମ୍ ଲୋକ ମାସ୍କ ପିନ୍ଧି ଆସୁଥିବା ବେଳେ ମାତ୍ରାଧିକ ଲୋକ ମାସ୍କ ପିନ୍ଧିବାକୁ ଆଉ ଉଚିତ୍ ମନେ କରୁନାହାନ୍ତି । ଯାହାକି କରୋନା ର ତୃତୀୟ ଲହର ଓ ସଂକ୍ରମଣ ବଢାଇପାରେ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି । ପ୍ରଶାସନ ଏ ଦିଗ ରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *