Monday , September 25 2023
Breaking News
Home / ତାଜା ଖବର / ସଵୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା, ବହୁଚର୍ଚ୍ଚିତ ରଟିଲୋ ମହାନଦୀ  ପଠାରେ ଥିବା ହନୁମାନ ମନ୍ଦିର ସହ ବିରୋଧକାରୀଙ୍କ ଆସ୍ପର୍ଧା ଓ ଟାଣପଣ ମାଟିରେ ମିଶିଲା

ସଵୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା, ବହୁଚର୍ଚ୍ଚିତ ରଟିଲୋ ମହାନଦୀ  ପଠାରେ ଥିବା ହନୁମାନ ମନ୍ଦିର ସହ ବିରୋଧକାରୀଙ୍କ ଆସ୍ପର୍ଧା ଓ ଟାଣପଣ ମାଟିରେ ମିଶିଲା

କଟକ ସଦର, ୦୨/୦୯/୨୦୨୧(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀର୍ଘ ଦୁଇବର୍ଷ ହେଲା ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ଗୁରୁବାର  ସକାଳ ୭ ଟା ରେ ବହୁଚର୍ଚ୍ଚିତ ରଟିଲୋ ମହାନଦୀ ପଠାରେ ଥିଵା ପଞ୍ଚମୁଖୀ ହନୁମାନ ମନ୍ଦିର , ପାର୍ଶ୍ଵ ମନ୍ଦିର ସହ ଵେଢାରେ ୨.୧୨ ଏକର ଜମି ଉପରେ ଗଢି ଉଠିଥିଵା ଅନେକ ଵେଆଇନ ନିର୍ମାଣକୁ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି। ଉଛେଦ ପାଇଁ ୬ ଗୋଟି ଵଡ ଵଡ ଯେସିଵି ମେସିନ ନିୟୋଜିତ ଥିଵା ଵେଳେ ୮ ପ୍ଲାଟୁନ ପୁରୁଷ ଓ ୨ ପ୍ଲାଟୁନ ମହିଳା ପୋଲିସ ମୋଟ ୧୦ ପ୍ଲାଟୁନ ପୋଲିସ ଵଳ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମହଯୁଦ ଥିଲେ।୯ ଜଣ ଉଚ୍ଚ ଅଧିକାରୀ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିଵା ଵେଳେ ଅଗ୍ନିଶମ ବାହିନୀ ସହ ଦମକଳ, ଆମ୍ବୁଲାନ୍ସ, ବିଦ୍ୟୁତ ଵିଭାଗ, ଜଳସମ୍ପଦ ବିଭାଗର ଅଧିକାରୀ ମାନେ ଉଛେଦ ସ୍ଥଳରେ ଉପସ୍ଥିତ ଥିଲେ।ପୁର୍ଵ ବୁଧବାର ସନ୍ଧ୍ୟାରୁ ଅଞ୍ଚଳରେ ଆଇନଶୃଙ୍ଖଳା ଦୃଷ୍ଟିରୁ ୧୪୪ ଧାରା ଜାରି ହୋଇଥିବା ବେଳେ ପୋଲିସ ଛାଉଣୀ ହୋଇଥିଲା। ଅସ୍ଥାୟୀ ମନ୍ଦିରରେ ପୂଜା ପାଉଥିବା ପଞ୍ଚମୂଖୀ ହନୁମାନ ଙ୍କ ଵିଗ୍ରହଙ୍କୁ ପ୍ରଶାସନ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଵେଳେ ନୂତନ ମନ୍ଦିର ପାଇଁ ଆସିଥିବା ମୂର୍ତ୍ତି ଙ୍କୁ ଏକ ଗଛମୂଳେ ଦଉଡ଼ି ରେ ଵନ୍ଧାଯାଇ ମୁହଁ ଘୋଡାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏନ୍ ଜି ଟିଙ୍କ ନିର୍ଦ୍ଦେଶନାରେ କଟକ ଜିଲ୍ଲା ପ୍ରଶାସନ ଆଜିର ଉଛେଦରେ ମନ୍ଦିର ସହିତ ଅନ୍ୟାନ୍ୟ ନିର୍ମାଣକୁ ମାଟିରେ ମିଶାଇ ଦେଇଥିବା ଵେଳେ ଵିରୋଧିଙ୍କ ଆସ୍ପର୍ଧା ଓ ଟାଣପଣ ଵି ମାଟିରେ ମିଶିଯାଇଛି। କଟକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପୂର୍ଣ୍ଣଚନ୍ଦ୍ର ମିଶ୍ର,ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ଵେଉରା,କିଶନନଗର ତହସିଲଦାର ସୁଚେତା ମହାପାତ୍ର, ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ ପି   ପି କେ ଜେନାଙ୍କ ସହିତ ଅନେକ ଉଚ୍ଚ ପଦସ୍ଥ ଅଧିକାରୀ ଉଛେଦ ସ୍ଥଳରେ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଥିଲେ। କାଲି ଯେଉଁ ସ୍ଥାନ ହସୁଥିଲା ଆଜି ତାହା ଶ୍ମଶାନରେ ପରିଣତ ହୋଇଥିଵା ଦେଖିବାକୁ ମିଳିଥିଲା। ଏଠାରେ ଏପରି କ’ଣ ହେଲା କେଜାଣି ଶଙ୍କଟମୋଚନ ହନୁମାନ ଏଠାରେ ରହିଵାକୁ ଇଚ୍ଛାପ୍ରକାଶ କଲେ ନାହିଁ ଵୋଲି ଶେଷରେ ଏହି ଘଟଣା ଘଟିଲା ଵୋଲି ଜଣେ ଭକ୍ତ ତାଙ୍କ ର ଭାବାବେଗ ପ୍ରକାଶ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଏଭଳି ବେଆଇନ ନିର୍ମାଣ ପାଇଁ ସରକାରୀ ଅନୁଦାନ ଖର୍ଚ୍ଚ କରାଗଲା କିପରି । ଏହି କ୍ଷତି ର ଭରଣା କରିଵ କିଏ ? । ଏଥିପାଇଁ କେହି ଅଦାଲତକୁ ଯାଇପାରନ୍ତି ଵୋଲି ଶୁଣିବାକୁ ମିଳୁଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳ ଜନଶୁନ୍ୟ ହୋଇଥିଲା। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *