Saturday , March 25 2023
Breaking News
Home / ବିଶେଷ / ରଟିଲୋ ହନୁମାନ ମନ୍ଦିର ହଟିଲା,ହେଲେ ୧୪୪ ଧାରା ଶୁକ୍ରବାର ସଂଧ୍ୟା ପର୍ଯ୍ୟନ୍ତ ବଳବତ୍ତର

ରଟିଲୋ ହନୁମାନ ମନ୍ଦିର ହଟିଲା,ହେଲେ ୧୪୪ ଧାରା ଶୁକ୍ରବାର ସଂଧ୍ୟା ପର୍ଯ୍ୟନ୍ତ ବଳବତ୍ତର

କଟକ ସଦର, ୦୨/୦୯/୨୦୨୧(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ମହାନଦୀ ପଠାରେ ବେଆଇନ ଜବରଦଖଲ ସହ ପଞ୍ଚମୂଖୀ ହନୁମାନ ମନ୍ଦିର କୁ ଆଜି ଗୁରୁବାର ପ୍ରଶାସନ ଉଛେଦ କରିଛନ୍ତି।ହେଲେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଛେଦର ପୂର୍ବ ଦିନ ୧ ତାରିଖ ବୁଧବାର ସଂଧ୍ୟା ୫ ରୁ ଲଗାଯାଇଥିବା ୧୪୪ ଧାରାକୁ ଉଛେଦ ପରଦିନ ୩ ତାରିଖ ଶୁକ୍ରବାର ସଂଧ୍ୟା ୫ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଥିଵା ପ୍ରଶାସନ ପକ୍ଷରୁ ଜଣାଯାଇଛି। ଏଥିପାଇଁ କିଶନନଗର ଓ ରଟିଲୋ ପଞ୍ଚାୟତ ଅଞ୍ଚଳରେ ଥିଵା ସମସ୍ତ ଦୋକାନ ଵଜାର ସହ ଶୁକ୍ରବାର କିଶନନଗର ସାପ୍ତାହିକ ହାଟକୁ ଵନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟ ପକ୍ଷରେ ଉଚ୍ଛେଦ ସ୍ଥଳ ଏଵେ ଧ୍ୱଂସ ସ୍ତୁପରେ ପରିଣତ ହୋଇଥିଵାରୁ ଏହାକୁ ସଫା କରିଵା ଦାୟିତ୍ଵ କାହାର ଵୋଲି ସାଧାରଣ ରେ ପ୍ରଶ୍ନ ହେଉଛି। ଓଡ଼ିଶା ସମାଚାର

Leave a Reply

Your email address will not be published.