Tuesday , March 28 2023
Breaking News
Home / ବିଶେଷ / ଭୁବନ ଏନଏସି ତରଫରୁ ସ୍ୱାୟତ ଶାସନ ଦିବସ ପାଳିତ

ଭୁବନ ଏନଏସି ତରଫରୁ ସ୍ୱାୟତ ଶାସନ ଦିବସ ପାଳିତ

ଭୁବନ,୦୨/୦୯/୨୦୨୧(ଓଡ଼ିଶା ସମାଚାର)- ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳ ୮ ଘଟିକା ସମୟରେ ନିର୍ବାହୀ ଅଧିକାରୀ ଦୁର୍ଯୋଧନ ସାହୁ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଭୁବନ ଏନଏସିକୁ ରାଜ୍ୟର ୧ ନମ୍ବର ଏନଏସି ଭାବେ ଗଢିତୋଳିବାକୁ ହେଲେ ସ୍ଥାନୀୟ ଜନସାଧାରଣ,ଏନଏସ କର୍ମଚାରୀ ଏବଂ ସର୍ବୋପରି ଗଣମାଧ୍ୟମ ବନ୍ଧୁମାନଙ୍କର ସହଯୋଗ ରହିବା ଦରକାର । ଭୁବନ ପାଇଁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କର ଅକୁଣ୍ଠ ସମର୍ଥନ ରହିଛି । ଭୁବନ ଏବେ ଦ୍ରୁତ ବିକାଶ ପଥରେ ଆଗେଇ ଚାଲିଛିବୋଲି ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସାହୁ ମତବ୍ୟକ୍ତ କରିଥିଲେ । ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁଙ୍କ ସମେତ ଏନଏସି କର୍ମଚାରୀ ଓ ମହିଳାମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.